Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||
  • ଶୀତ ଖେଳୁଛି ଲୁଚକାଳି : ଆଜି ବଢିବ ଥଣ୍ଡା, କିନ୍ତୁ କାଲି କମିଯିବ
  • ||
  • ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
  • ||
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||
  • ଟାଙ୍ଗୀ: ବାଲିନାଶିରେ ୨ ଭାଇଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି
  • ||
  • ବଲାଙ୍ଗୀର: ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ, ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର
  • ||
  • ରାଇରଙ୍ଗପୁର: କଲୋନୀରେ ଅଗ୍ନିକାଣ୍ଡ, ଜଳି ପାଉଁଶ ହୋଇଗଲା ୨ ବଖରା ଘର
  • ||
  • ନବରଙ୍ଗପୁର : ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • କାମାକ୍ଷାନଗର : ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା, ଜଣେ ମୃତ, ଜଣେ ଗୁରୁତର
  • ||
  • ବଲାଙ୍ଗୀର: ଆକ୍ସନ ମୋଡ୍‌ରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ, ଆରମ୍ଭ କଲେ ନୂଆ ପ୍ରକଳ୍ପ
  • ||

ଅଭିନବ ଠକେଇ : ଜଣେ ବ୍ୟକ୍ତିର ୧୦ ନାଁ, ୫୦ରୁ ଉର୍ଦ୍ଧ୍ବ ବ୍ୟାଙ୍କ ଓ ଫାଇନାନ୍ସ୍ କମ୍ପାନୀରୁ କୋଟି କୋଟି ଟଙ୍କା ହଡପ

24/12/2020 at 4:36 PM

ଜୟପୁର ୨୪/୧୨ : ରାଜସ୍ଥାନର ସିନ୍ଧୀ କ୍ୟାମ୍ପ୍ ଥାନା ପୋଲିସ ଏକ ବଡ ଧରଣର ଠକ ଗ୍ୟାଙ୍ଗ୍‌ର ପର୍ଦାଫାସ କରିଛି । ଜାଲ ନାଁ ଏବଂ ଠିକଣା ଦେଇ ବ୍ୟାଙ୍କ୍ ଆକାଉଣ୍ଟ୍ ଖୋଲି ଫାଇନାନ୍ସ୍ କମ୍ପାନୀ ଏବଂ ବ୍ୟାଙ୍କ୍ ଗୁଡିକରୁ କୋଟି କୋଟି ଟଙ୍କା ହଡପ କରିଥିବା ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଛି ପୋଲିସ ।

ଗିରଫ ୨ ଜଣ ଅଭିଯୁକ୍ତ ସତ୍ୟେନ୍ଦ୍ର ଦେଶବାଲ ଏବଂ ରାଜ ସିଂ ଠାକୁର ବିଭିନ୍ନ ଉପାୟରେ ବ୍ୟାଙ୍କ ଏବଂ ଘରୋଇ ଫାଇନାନ୍ସ୍‌ ଏଜେନ୍ସିଗୁଡିକରୁ କୋଟି କୋଟି ଟଙ୍କା ଠକେଇ କରୁଥିଲେ । ସେମାନଙ୍କ ଠାରୁ ୪ଟି ଦାମୀ କାର, ଲାପଟପ୍, ଡଜନେରୁ ଅଧିକ ମୋବାଇଲ ଫୋନ ଏବଂ ଅନ୍ୟ ଜାଲ କାଗଜପତ୍ର ଜବତ କରାଯାଇଥିବା ପୋଲିସ ସୂଚନା ଦେଇଛି । କେବଳ ସେତିକି ନୁହେଁ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ପ୍ରାୟ ୫ କୋଟି ଟଙ୍କାରୁ ଉର୍ଦ୍ଧ୍ବ ଟଙ୍କାର ଠକେଇ ଅଭିଯୋଗ ହୋଇଛି ।

ଅଭିଯୁକ୍ତମାନେ ଠକେଇ କରିବା ପାଇଁ ବିଭିନ୍ନ ପନ୍ଥା ଆପଣାଇଥିଲେ । ଜଣେ ବ୍ୟକ୍ତି ବିଭିନ୍ନ ନାଁ, ଠିକଣା ବ୍ୟବହାର କରି ଠକେଇ କରୁଥିଲେ । ଏପରିକି ଜଣେ ବ୍ୟକ୍ତି ୧୦ରୁ ଉର୍ଦ୍ଧ୍ବ ନାଁ ବ୍ୟବହାର କରିଥିଲେ । ଗିରଫ ଅଭିଯୁକ୍ତମାନେ ପ୍ରାୟ ୫୦ ରୁ ଅଧିକ ବ୍ୟାଙ୍କ୍ ଓ ଫାଇନାନ୍ସ୍ କମ୍ପାନୀରୁ ୫ କୋଟି ଟଙ୍କାର ଉର୍ଦ୍ଧ୍ବ ଟଙ୍କା ଠକେଇ କରିଥିବା ସୂଚନା ମିଳିଛି । ଦେଶର ବିଭିନ୍ନ ରାଜ୍ୟରେ ଯଥା-ରାଜସ୍ଥାନ, ଦିଲ୍ଲୀ, ମଧ୍ୟ ପ୍ରଦେଶ ଓ ହରିୟାଣାରେ ଏମାନେ ସକ୍ରିୟ ଥିଲେ ବୋଲି ପୋଲିସ ସୂଚନା ଦେଇଛି ।

ଥାନାଧିକାରୀ ଗୁଞ୍ଜନ ସୋନୀ କହିଛନ୍ତି ଯେ, ସିନ୍ଧୀ ଥାନା ସ୍ଥିତ ଏସବିଆଇ ବ୍ୟାଙ୍କର ମ୍ୟାନେଜରଙ୍କ ଅଭିଯୋଗ କ୍ରମେ ମାମଲା ରୁଜୁ କରାଯାଇଥିଲା । ବ୍ୟାଙ୍କର ମ୍ୟାନେଜର ଅଭିଯୋଗ କରିଥିଲେ ଯେ ଜାଲ୍ କାଗଜପତ୍ର ମାଧ୍ୟମରେ କୌଣସି ବ୍ୟକ୍ତି ଋଣ ନେଇଛନ୍ତି । ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିବା ସହ ପୂରା ଗ୍ୟାଙ୍ଗ୍‌ର ପର୍ଦାଫାସ କରିଛି ।

   Related Posts