Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

୧୦ ମାସର ଶିଶୁ କରୋନା ସଂକ୍ରମିତ: କ୍ଵାରେଣ୍ଟାଇନରେ ଗୋଟିଏ ପରିବାରର ୬ ଜଣ

27/03/2020 at 7:47 PM

ବେଙ୍ଗାଲୁରୁ ୨୭/୦୩ : ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ ଏବଂ କେନ୍ଦ୍ରୀୟ ଭାରତର କୋଣ ଅନୁକୋଣରେ କରୋନା ଛାଇବାରେ ଲାଗିଛି | ପ୍ରଥମେ ବୃଦ୍ଧ ତଥା ବୟସ୍କଙ୍କୁ ସାଧାରଣତଃ ସଂକ୍ରମିତ କରୁଥିବା କରୋନା ଭାଇରସ୍ ବର୍ତ୍ତମାନ ଶିଶୁଙ୍କୁ ମଧ୍ୟ କବଳିତ କରୁଛି। ଅର୍ଥାତ ଶିଶୁ  ଏହି ଭୟଙ୍କର ମହାମାରୀ ସଂକ୍ରମଣର ଶିକାର ହୋଇଛନ୍ତି | କର୍ଣ୍ଣାଟକରେ  ଏକ ୧୦ ମାସର ଶିଶୁର କୋଭିଡ୍ -୧୯ ପରୀକ୍ଷା ପଜିଟିଭ୍ ଆସିଛି | ଆଶ୍ଚର୍ଯ୍ୟର କଥା ହେଉଛି, ଦକ୍ଷିଣ କର୍ଣ୍ଣାଟକର ସାଜିପାନାଡୁରେ ରହୁଥିବା ଏହି ଶିଶୁ କୌଣସି କୋଭିଡ -୧୯ ପ୍ରଭାବିତ ଦେଶକୁ ଯାଇନଥିଲା ।

ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ପିଲାଟି କିଛିଦିନ ପୂର୍ବେ ତାଙ୍କ ପରିବାର ସହିତ କେରଳ ଯାଇଥିଲା। ଏହି ପରିପ୍ରେକ୍ଷୀରେ ଘରର ଅନ୍ୟ ସଦସ୍ୟମାନେ ମଧ୍ୟ କରୋନା ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଛି । ସମ୍ପ୍ରତି ଶିଶୁଟି ହସ୍ପିଟାଲର ଏକ ଅଲଗା ୱାର୍ଡରେ ଚିକିତ୍ସିତ ହେଉଥିବାବେଳେ ଶିଶୁଙ୍କ ସହ ସମ୍ପର୍କ ଥିବା ୬ ଜଣଙ୍କୁ ଘରେ କ୍ଵାରେଣ୍ଟାଇନ କରାଯାଇଛି।

ଏହା ବ୍ୟତୀତ ବେଙ୍ଗାଲୁରୁର ଜଣେ ୨୦ ବର୍ଷ ବୟସ୍କ ଯୁବକ ମଧ୍ୟ କରୋନା ପଜିଟିଭ୍ ବୋଲି ଜଣାପଡିଛି। ଯୁବକ ଜଣକ ମାର୍ଚ୍ଚ ୧୫ ତାରିଖରେ ଶ୍ରୀଲଙ୍କାର ରାଜଧାନୀ କଲମ୍ବୋ ଯାତ୍ରା କରି ଭାରତ ଫେରିଥିଲେ। କର୍ଣ୍ଣାଟକରେ କୋଭିଡ -୧୯ ଯୋଗୁଁ ଏପର୍ଯ୍ୟନ୍ତ ତିନି ଜଣଙ୍କର ମୃତ୍ୟୁ ହୋଇଛି। ଏହି ମାସ ଆରମ୍ଭରେ, ୬୫ ବର୍ଷ ବୟସ୍କ ୭୬ବର୍ଷ ବୟସ୍କ ଏବଂ ୭୦ ବର୍ଷ ବୟସ୍କା ବୃଦ୍ଧ ମହିଳା ଏହି ମହାମାରୀରେ ମୃତ୍ୟୁ ବରଣ କରିଥିଲେ।

   Related Posts