ଦଳ ଛାଡିଲେ ପିସିସି ସାଧାରଣ ସମ୍ପାଦକ ଲକ୍ଷ୍ମଣ ମେହେରଙ୍କ ସହ ୧୦କଂଗ୍ରେସ କର୍ମୀ
3/04/2019 at 1:02 PM

ବଲାଙ୍ଗିର ୩|୪ : ରାଜନୀତିରେ ଘଡିକେ ଘୋଡା ଛୁଟୁଛି । ବିଭିନ୍ନ ଦଳର ନେତାମାନେ ଦଳ ଛାଡିବାରେ ଲାଗିଛନ୍ତି । କିଏ କେତେବେଳେ କେଉଁ ଦଳ ଛାଡି କେଉଁ ଦଳରେ ଯୋଗଦେଉଛନ୍ତି ତାହା ଜଣାପଡିନାହିଁ । ଏଭଳି ସ୍ଥିତିରେ ବଲାଙ୍ଗିରର ୧୦ଜଣ କଂଗ୍ରେସ କର୍ମୀ ଦଳ ଛାଡିଛନ୍ତି । ଏଆଇସିସି ସଦସ୍ୟ ତଥା ପିସିସି ସାଧାରଣ ସମ୍ପାଦକ ଲକ୍ଷ୍ମଣ ମେହେର ଦଳରୁ ଇସ୍ତଫା ଦେଇଛନ୍ତି । ଚଳିତ ନିର୍ବାଚନରେ ବଲାଙ୍ଗିର ବିଧାନସଭା ଆସନରୁ ଟିକେଟ୍ ପାଇବା ପାଇଁ ଆଶାୟୀ ଥିଲେ ଲକ୍ଷ୍ମଣ । ଏହାସହ ବ୍ଲକ୍ ଚେୟାରମ୍ୟାନ ରୀନା ମେହେର ମଧ୍ୟ ଇସ୍ତଫା ଦେଇଛନ୍ତି । ଟିକେଟ୍ ବଣ୍ଟନରେ ଅସନ୍ତୁଷ୍ଟ ହୋଇ ଦଳ ଛାଡିଥିବା ଜଣାପଡିଛି ।
Related Posts
୫୦ ଏକରର ଗଞ୍ଜେଇ ଚାଷ ନଷ୍ଟ, ଆନୁମାନିକ ମୂଲ୍ୟ ୬ କୋଟି ଟଙ୍କା
19 January 2021
ସୀମାନ୍ତରେ ଏନ୍କାଉଣ୍ଟର, ୧୦ରୁ ଅଧିକ ମାଓ କ୍ୟାମ୍ପ ଧ୍ୱଂସ
19 January 2021