ଗାଁକୁ ଆସିଥିଲେ ଗହଣା କିଣି, ହେଲେ ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କ ପାଖରୁ ଲୁଟି ନେଲେ ୧୦ ଲକ୍ଷ ଟଙ୍କା

Published By : Prameya-News7 Bureau | June 17, 2021 IST

ନୀଳଗିରି, ୧୭/୬: ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅଧିନ ଦ୍ଵାରିକା ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା।ବନ୍ଧୁକ ଦେଖାଇ ଜୁଏଲାରୀ ମାଲିକଙ୍କ ଠାରୁ ଲୁଟିନେଲେ ୧୦ ଲକ୍ଷ ଟଙ୍କା। ବାଲେଶ୍ଵର ସହରରେ ଥିବା ଜୁଏଲାରୀ ମାଲିକ ଦିନେସ ସାଙ୍ଗଭିଙ୍କ ସାଙ୍ଗଙ୍କ ପୁଅ ଗହଣା କିଣିବା ପାଇଁ ତାଙ୍କୁ କହିଥିଲେ।ନୀଳଗିରି ଥାନା ଅଧିନ ଦ୍ଵାରିକା ଅଞ୍ଚଳରେ ଜଣେ ବ୍ୟକ୍ତି ଗହଣା ବିକିବା କହିବା ପରେ ସେ ଟଙ୍କା ସ୍କୁଟିର ଡିକିରେ ଧରି ଆସିଥିଲେ। ଲାଇସେନ୍ସ ବନ୍ଧୁକ ଧରି ଦୋକାନର ଦୁଇ କର୍ମଚାରୀ ଓ ତାଙ୍କ ସାଙ୍ଗଙ୍କ ପୁଅ ସହିତ ସେ ଆସିଥିଲେ।

ଦ୍ଵାରିକା ଅଞ୍ଚଳରେ ତିନୋଟି ଗାଡ଼ିରେ ୯ ଜଣ ଆସି ବନକର୍ମଚାରି କହି ତାଙ୍କୁ ଅଟକ ରଖିଥିଲେ। ପରେ ସ୍କୁଟି ଡିକି ଯାଞ୍ଚ କରିବା କହି ଟଙ୍କା ବନ୍ଧୁକ ମୁନରେ ଲୁଟ କରିନେଇଥିଲେ। ଏନେଇ ନୀଳଗିରି ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଦୁଇ ଦୋକାନ କର୍ମଚାରୀଙ୍କ ସହ ତିନି ଯୁବକଙ୍କୁ ଅଟକ ରଖି ପୋଲିସ ପଚରା ଉଚୁରା କରୁଥିବା ଜଣା ପଡ଼ିଛି। ତେବେ ଗହଣା ଦୋକାନରେ ନକିଣି ଗାଁରୁ କିଣିବାକୁ ଆସି ଲୁଟ ହେବା ଘଟଣା ସନ୍ଦେହ ଆଡକୁ ପୋଲିସ ନେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.