Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଯୁବକଙ୍କୁ ଅପହରଣ କରି ନେଉଥିବା ବେଳେ ୧୦ ଗିରଫ

24/07/2019 at 3:27 PM

ନୂଆପଡା ୨୪|୭: ଅପହରଣକାରୀଙ୍କୁ ଧରିଲା ପୋଲିସ । ୧୦ଜଣ ଅପହରଣକାରୀଙ୍କୁ ନୂଆପଡା ଥାନାରେ ଅଟକ ରଖିଛି ପୋଲିସ । ନୂଆପଡା ଜିଲ୍ଲା ବୋଡେନ ଥାନା ମର ଗାଁର ଜଣେ ଯୁବକ କେଦାର ଜଗତକୁ ରାତିରେ ଅପହରଣ କରି ନେବା ବାଟରେ ଖବର ପାଇ କାବୁ କଲା ନୂଆପଡା ପୋଲିସ । ଗୋଟିଏ ଟ୍ରାଭେରା ଓ ଗୋଟିଏ ଏକ୍ସୟୁଭି ଗାଡିକୁ ଜବତ କରିଛି ପୋଲିସ । ୭ଜଣ ଅପହରଣକାରୀ ଛତିଶଗଡ କାଙ୍କେର ଜିଲ୍ଲାର ହୋଇଥିବାବେଳେ ଅନ୍ୟ ୩ଜଣ ଗରିଆବନ୍ଧ ଜିଲ୍ଲାର ବୋଲିସ ଜଣାପଡିଛି ।

   Related Posts