୩୩କେଭି ବିଦ୍ୟୁତ୍ ତାର ଛିଣ୍ଡି ୧୦ଜଣ ଗୁରୁତର
21/08/2018 at 10:00 PM

ଗଞ୍ଜାମ ୨୨/୮ : ପୋଖରୀରେ ଶୌଚ ହେବା ବେଳେ ୩୩କେଭି ବିଦ୍ୟୁତ ତାର ଛିଣ୍ଡି ୧୦ଜଣ ଗୁରୁତର ହୋଇଛନ୍ତି । ଆସିକା କବିସୂର୍ଯ୍ୟନଗର ଥାନା ଝୋଳାବନ୍ଦି ଗାଁରେ ଘଟିଛି ଏଭଳି ଘଟଣା । ପୋଖରୀରେ ମହିଳାମାନେ ଶୌଚ ହେଉଥିବା ବେଳେ ଛିଣ୍ଡି ପଡିଥିଲା ବିଦ୍ୟୁତ ତାର । ତେବେ ଗୁରୁତରଙ୍କ ମଧ୍ୟରେ ଜଣେ ୫ବର୍ଷର ଶିଶୁ ଥିବା ଜଣାପଡିଛି । ୩ ଜଣ ଗୁରୁତରଙ୍କୁ ଆସିକା ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ ୭ ଜଣଙ୍କୁ କବିସୂର୍ଯ୍ୟନଗର ମେଡିକାଲରେ ଭର୍ତ୍ତି କରାଯାଇଛି ।