Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||
  • ସାଲେପୁର : ଟ୍ରକକୁ ଧକ୍କାଦେଲା ଆଉ ଏକ ଟ୍ରକ, ଜଣେ ମୃତ
  • ||

ବିନା ପେଡେଲ୍ରେ ଏହି ସାଇକେଲ ଚାଲିବ ୬୫ କିଲୋମିଟର, ପାସୱାର୍ଡରେ ହେବ ଅନଲକ୍, ଅଫିସ ଯିବା ପାଇଁ ବେଶ ଭଲ

19/06/2019 at 3:32 PM

ବାଇକ୍‌ କମ୍ପାନୀ ଟେମ୍ପସ୍‌ (Tempus) ନିଜର ନୂଆ ବାଇକ୍‌ ଟାଇଟାନ ଆର (Titan R) ଲଂଚ କରିଛି। ନୂଆ ବାଇକ୍‌ ଟାଇଟନ ଆରକୁ ଭିଣ୍ଟେଜ୍‌ ବାଇକ୍‌ର ଲୁକ୍‌ ଦିଆଯାଇଛ। ଅପରପକ୍ଷରେ ଟେମ୍ପସର ନୂଆ ଇଲେକ୍‌ଟ୍ରିକ୍‌ ବାଇକ୍‌କୁ ନେଇ କମ୍ପାନୀ କହିଛି ଯେ, ଏହି ବାଇକ୍‌ ଅଫିସ କାମ ପାଇଁ ବହୁତ ଭଲ   ।

ବାଇକ୍‌ ନିର୍ମାତା କମ୍ପାନୀ ଟେମ୍ପସ ନିଜର ନୂଆ ଇଲେକ୍‌ଟ୍ରିକ୍‌ ବାଇକ୍‌ ଟାଇଟାନ୍‌ ଆର୍‌ରେ “ଓଲଡ୍‌ ଏଜ୍‌ ଟେଷ୍ଟେଡ୍‌ ମେଟେରିୟଲ” ଦିଆଯାଇଛି। ଏହା ସହ ଏୟାରକ୍ରାଫ୍ଟ ଗ୍ରେଡ ଷ୍ଟିଲ ଦିଆଯାଇଛି। ଟେମ୍ପସ ଏଥିରେ ସ୍ଲିମ୍‌ ଷ୍ଟ୍ରକ୍‌ଚରର ଗ୍ୟାସ୍‌ ଟ୍ୟାଙ୍କ ଓ ଦୁଇଟି ବଡ ଏଲଇଡି ଲାଇଟ୍‌ ଦେଇଛି ।ଏହା ସହ କମ୍ପାନୀ ୨ଟି ଛୋଟ ମଡର୍ଣ୍ଣ ଲୁକ୍‌ ଟେଲଲାଇଟ୍‌ ଦେଇଛି।

ନୂଆ ଇଲେକ୍‌ଟ୍ରିକ୍‌ ବାଇକ୍‌ ଟାଇଟାନ୍‌ ଆରର ସୁରକ୍ଷା ପାଇଁ ପାସୱାର୍ଡ ପ୍ରୋଟେକସନ ଇଗ୍ନିସନ ସିଷ୍ଟମ୍‌ ଅଛି। ଏହା ଦ୍ବାରା ବାଇକ୍‌ ଚୋରି ହେବାର ସମ୍ଭାବନା ବହୁତ କମ ଥାଏ। କମ୍ପାନୀ ବାଇକ୍‌ରେ ଏଲସିଡି କଲରର ଡିସପ୍ଲେ ଦେଇଛି ଯାହା ସମୟ, ସ୍ପିଡ୍‌, ରେଂଜ ସହ ବ୍ୟାଟେରି ପରସେଣ୍ଟଜ ଦେଖାଏ।

ଏହି ଇଲେକ୍‌ଟ୍ରିକ୍‌ ବାଇକ୍‌ରେ ୧୦୦୦ ୱାଟ୍‌ର ବ୍ୟାଟରୀ ଲାଗିଛି ଓ ଏହାର ଟପ୍‌ ସ୍ପିଡ୍‌ ୪୫ କିମି ପ୍ରତି ଘଣ୍ଟା ଚାଲିବ।  କମ୍ପାନୀ କହିଛି ଯେ, ଏହି ବାଇକ୍‌ ଥରେ ଚାର୍ଜ ହେଲେ ୬୫ କିମି ଯାଏଁ ଚାଲିବ। ଟାଇଟାନ୍‌ ଆରର ବ୍ୟାଟ୍‌ରୀ ୪-୫ ଘଣ୍ଟା ମଧ୍ୟରେ ଫୁଲ ଚାର୍ଜ ହୋଇଥାଏ ।

   Related Posts