Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହାଇଦର ମାମଲାରେ ପୋଲିସକୁ ସହାୟତା କରିବି: ୟାକୁବ୍‌
  • ||
  • ଆତ୍ମସମର୍ପଣ କରିବି ବୋଲି କହିଲେ ହାଇଦର ସହଯୋଗୀ ୟାକୁବ
  • ||
  • ହାଇଦର ଫେରାର ନେଇ ନୂଆ ଖୁଲାସା: ବୁର୍ଲା ମେଡିକାଲରୁ ରେଫର ହୋଇନି, ଆଉଟ୍‌ଡୋର କି ଇନଡୋର୍‌ରେ ନାହିଁ ଗ୍ୟାଙ୍ଗଷ୍ଟରର ନାଁ
  • ||
  • କରୋନା ସ୍ଥିତି ନସୁଧୁରିବା ଯାଏ ରେମଡେସିଭିର ରପ୍ତାନୀ ବନ୍ଦ
  • ||
  • ରାସନ୍ ଧରି ଫେରୁଥିଲେ, ଓଲଟି ଗଲା ଟ୍ରାକ୍ଟର ଡାଲା, ୨ ମୃତ
  • ||
  • ପୋଲିସର ଅପରେସନ୍ ହାଇଦର : ଚଢାଉ ଜୋରଦାର, ବିଭିନ୍ନ ସ୍ଥାନରେ ଲାଗିଲା ପୋଷ୍ଟର
  • ||
  • ମଙ୍ଗଳବାରଠୁ ଲଗାତାର ୬ ଦିନ ବନ୍ଦ ରହିବ ବ୍ୟାଙ୍କ: ସୋମବାର ସାରି ଦିଅନ୍ତୁ ବ୍ୟାଙ୍କ କାମ
  • ||
  • SCBରୁ ଗ୍ୟାଙ୍ଗଷ୍ଟାର ହାଇଦର୍‌ ଫେରାର ଘଟଣା, ୬ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଭଦ୍ରକ : ବସକୁ ପିଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଚଣ୍ଡିଖୋଲ : ଧକ୍କା ଦେଲା ଟ୍ରକ୍, ଜୀବନ ହାରିଲେ ସ୍ୱାମୀ-ସ୍ତ୍ରୀ, ଝିଅ ଗୁରୁତର
  • ||

ଏବେ ମାସ୍କ ନପିନ୍ଧିଲେ ଫାଇନ୍‌ ନୁହେଁ ସିଧା ହାଜତ, ଧର୍ମଶାଳା ଏବଂ ସ୍କୁଲକୁ ଅସ୍ଥାୟୀ ଜେଲ୍‌ କରିବାକୁ ସରକାରଙ୍କ ନିର୍ଦ୍ଦେଶ

2/04/2021 at 9:49 PM

ନୂଆଦିଲ୍ଲୀ ୨/୪:  ସର୍ବସାଧାରଣ ସ୍ଥାନରେ ମାସ୍କ ନପିନ୍ଧିଲେ ଆଉ ତ୍ରାହି ନାହିଁ । କେବଳ ଜରିମାନା ଦେବେନି ଜେଲ ବି ଯିବେ। ଅମାନିଆଙ୍କ ପାଇଁ ଅସ୍ଥାୟୀ ଜେଲ୍‌ ତିଆରି କରୁଛନ୍ତି ସରକାର।  ପୁଣି ଥରେ କରୋନା ଭାଇରସ୍‌ ସଂକ୍ରମଣ ହୁ ହୁ ବଢ଼ିଚାଲିଥିବା ବେଳେ ରାଜ୍ୟ ସରକାର ଏଭଳି କଡ଼ା ନିୟମ ଆଣିବାକୁ ଯାଉଛନ୍ତି। ଅମାନିଆଙ୍କୁ ସାବାଡ଼ କରିବା ପାଇଁ ସରକାରଙ୍କ ଏହି ନିୟମକୁ ଅନେକ ସମର୍ଥନ କରୁଥିବା ବେଳେ ଅସନ୍ତୋଷ ମଧ୍ୟ ପ୍ରକାଶ ପାଉଥିବା ଦେଖିବାକୁ ମିଳିଛି।

ମଧ୍ୟପ୍ରଦେଶର ସୁବେ ଜିଲ୍ଲାରେ ସଂକ୍ରମଣ ବଢ଼ୁଥିବା ବେଳେ ରାଜ୍ୟ ସରକାର ମାସ୍କ ପିନ୍ଧିବକୁ ବାଧ୍ୟମୂଳକ କରାଯାଇଛି। ଧର୍ମଶାଳା ଏବଂ ବିଦ୍ୟାଳୟକୁ ଅସ୍ଥାୟୀ ଜେଲ୍‌ରେ ପରିଣତ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଇନ୍ଦୋରରେ ସରକାର ଅସ୍ଥାୟୀ ଜେଲ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି। ଏପରିକି ସହରରେ ୨୪ ଘଣ୍ଟା ମଧ୍ୟରେ ୧୩୦ରୁ ଅଧିକ ଅମାନିଆଙ୍କୁ ଗିରଫ କରି ଅସ୍ଥାୟୀ ଜେଲ୍‌ରେ ଭର୍ତ୍ତି କରାଯାଇଥିବା ଜଣେ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି।

ସ୍ନେହଲତାଗଞ୍ଜରେ ଏକ ଗେଷ୍ଟ ହାଉସ୍‌କୁ ଅସ୍ଥାୟୀ ଜେଲ୍‌ରେ ପରିଣତ କରାଯାଇଥିବା ସେ କହିଛନ୍ତି। ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧୁନଥିବା ଲୋକଙ୍କୁ ସିଆରପିସି ଧାରା ୧୫୧ ଅଧିନରେ ଗିରଫ କରାଯାଉଛି। ଅମାନିଆଙ୍କୁ ଗିରଫ କରି ଅସ୍ଥାୟୀ ଜେଲ୍‌ରେ ରଖାଯାଉଥିବା ବେଳେ ଆଗକୁ ଆହୁରି ଅସ୍ଥାୟୀ ଜେଲ୍‌ ନିର୍ମାଣ ହେବାକୁ ଯାଉଥିବା ଜଣାପଡ଼ିଛି।  

   Related Posts