ଏହି ମାମଲା ପାଇଁ ଏମସ୍‌ ହସପିଟାଲ୍‌ରେ ବସିବ ଅସ୍ଥାୟୀ ଅଦାଲତ

Published By : Prameya-News7 Bureau | September 07, 2019 IST

ନୂଆଦିଲ୍ଲୀ - ଦିଲ୍ଲୀ ସ୍ଥିତ ଏମସ୍‌ରେ ଅସ୍ଥାୟୀ ଅଦାଲତ ବସିବ । ସୁପ୍ରିମ କୋର୍ଟ ଏହି ନିର୍ଦେଶ ଦେଇଛନ୍ତି । ଉନ୍ନାବ ଦୁଷ୍କର୍ମ ମାମଲରେ ପୀଡିତାଙ୍କ ବୟାନ ରେକର୍ଡ ପାଇଁ ଏମସ୍‌ରେ ଅସ୍ଥାୟୀ ଅଦାଲତ ବସିବ ବୋଲି ସୁପ୍ରମକୋର୍ଟ ନିର୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ଏହି ନିର୍ଦେଶ ପରେ ଦିଲ୍ଲୀ ହାଇକୋର୍ଟ ବିଶେଷ ଅଦାଲତ ତିଆରି ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି ।

ଏହି ମାମଲାର ଶୁଣାଣି କରୁଥିବା ସ୍ୱତନ୍ତ୍ର ଜଜ୍‌ ଧର୍ମେଶ ଶର୍ମା ପୀଡିତାଙ୍କ ବୟାନ ରେକର୍ଡ କରିବା ପାଇଁ ଏମସ୍‌ ଟ୍ରମା କେନ୍ଦ୍ରରେ ଅଦାଲତ କରିପାରନ୍ତି ବୋଲି ହାଇକୋର୍ଟର ମୁଖ୍ୟବିଚାରପତି ଡିଏନ୍‌ ପାଟିଲ ନିର୍ଦେଶ ଜାରି କରିଛନ୍ତି ।
ରାୟବରେଲି ନିକଟରେ ଭୟଙ୍କର ସଡକ ଦୁର୍ଘଟଣା ପରେ ଗମ୍ଭୀର ରୂପେ ଆହତ ହୋଇଥିବା ପୀଡିତାଙ୍କର ଚିକିତ୍ସା ଦିଲ୍ଲୀ ଏମସ୍‌ରେ ଚାଲିଛି ।
ନ୍ୟାୟାଧିଶ ଧର୍ମେଶ ଶର୍ମା ହାଇକୋର୍ଟଙ୍କୁ ପତ୍ର ଲେଖି ଏହା ମାମଲାରେ ଏମସ୍‌ରେ ଅଦାଲତ ପାଇଁ ଅନୁମତି ମାଗିଥିଲେ । ସିବିଆଇ ଓ ପୀଡିତାଙ୍କ ପରିବାର ଲୋକଙ୍କୁ ଏଥିରେ ଆପତ୍ତି ନଥିବା କଥା ସେ ପ୍ରକାଶ କରିଥିଲେ ।

ପୀଡିତାଙ୍କୁ ଅଦାଲତକୁ ନେଇ ଯିବା ଠିକ୍‌ ହେବା ନାହିଁ ବୋଲି ଡାକ୍ତରମାନେ କହିଥିଲେ ।ଏହାପରେ ଜଷ୍ଟିସ ଦୀପକ ଗୁପ୍ତା ଓ ଜଷ୍ଟିସ ଅନିରୁଦ୍ଧ ବୋଷଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟର ଖଣ୍ଡପୀଠ ଏମସ୍‌ରେ ଅସ୍ଥାୟୀ ଅଦାଲତ ଗଠନ ପାଇଁ ସୁନିଶ୍ଚିତ କରିବାକୁ ହାଇକୋର୍ଟଙ୍କୁ ନିର୍ଦେଶ ଦେଇଥିଲେ ।

{"id":154359}

ଏହା ମାମଲର ଶୁଣାଣୀ ୪୫ ଦିନରେ କରିବା ପାଇଁ ସୁପ୍ରିମକୋର୍ଟ ସ୍ୱତନ୍ତ୍ର ଅଦାଲତଙ୍କୁ ନିର୍ଦେଶ ଦେଇଥିଲେ । ଏହାମାମଲାକୁ ଦିଲ୍ଲୀ ସ୍ଥାନାନ୍ତରିତ କରାଯାଇଛି ।

ସଡକ ଦୁର୍ଘଟଣା ମାମଲାରେ ତଦନ୍ତ ପୁରା କରିବା ପାଇଁ ସିବିଆଇକୁ ୨ ସପ୍ତାହର ମିଳିଛି । ଏହି ସମୟ ସୀମା ମଧ୍ୟରେ ତଦନ୍ତ ଶେଷ କରି ଚାର୍ଜ ସିଟ୍ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଉନ୍ନାବ ମାମଲାରେ ବିଧାୟକ କୁଳଦୀପ ସିଂହ ସିଙ୍ଗାରଙ୍କ ସହ ଅନ୍ୟମାନେ ଅଭିଯୁକ୍ତ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.