Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ଭୀଷଣ ସଡକ ଦୁର୍ଘଟଣା: ଟେମ୍ପୋ ଓ ଡମ୍ପର ମଧ୍ୟରେ ଧକ୍କା, ଘଟଣାସ୍ଥଳରେ ୧୦ଜଣଙ୍କ ମୃତ୍ୟୁ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

18/11/2020 at 11:42 AM

ବଡୋଦରା ୧୮/୧୧ : ଗୁଜରାଟ ବଡୋଦରା ବାଘୋଡିଆ କ୍ରସିଂ ରାଜପଥରେ ବୁଧବାର ସକାଳୁ ଏକ ଦୁର୍ଘଟଣା ହୋଇଛି। ଦୁର୍ଘଟଣାରେ ୧୦ଜଣଙ୍କ ମୃତ୍ୟୁ ହୋଇଛି। ରାଜପଥରେ ଏକ ଟେମ୍ପୋ ଓ ଡମ୍ପର ଧକ୍କା ହେବାରୁ ୧୦ଜଣଙ୍କ ମୃତ୍ୟୁ ହେବା ସହ ୧୯ଜଣ ଆହତ ହୋଇଛନ୍ତି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଦୁର୍ଘଟଣା କପୁରାଇରୁ ଅହମଦାବାଦର ବାଘୋଡିଆ କ୍ରସିଂ ରାଜପଥରେ ଭୋର ୩ଟା ବେଳେ ଏକ ଟେମ୍ପୋ ଓ ଡମ୍ପର ମଧ୍ୟରେ ଭୀଷଣ ଧକ୍କା ହୋଇଥିଲା। ସମସ୍ତେ ପାବାଗଡ଼ ଦର୍ଶନ ପାଇଁ ଯାଉଥିଲେ। ମୃତକଙ୍କ ମଧ୍ୟରେ ଜଣେ ଶିଶୁ, ୫ ମହିଳା, ୩ ପୁରୁଷ ସାମିଲ ଅଛନ୍ତି।

ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି, ସିପିର ଅତିରିକ୍ତ ଜିଲ୍ଲା ଅଧିକାରୀ, ସିଡିଏମ ଓ ଏସଏସଜି ହସ୍ପିଟାଲର ଚିକିତ୍ସା ଅଧିକ୍ଷକ ରଞ୍ଜନ ଆୟାର ଘଟଣାସ୍ଥଳରେ ପହଞ୍ଚିଥିଲେ। ବଡୋଦରା ଜିଲ୍ଲା ଅଧିକାରୀ ଶାଳିନୀ ଅଗ୍ରୱାଲ ମଧ୍ୟ ସକାଳୁ ସକାଳୁ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେ କହିଛନ୍ତି ଯେ ସୁରଟରୁ ପାବାଗଡ଼ ଯାଉଥିବା ଏକ ଟ୍ରକ ସକାଳୁ ବଡୋଦରା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକଙ୍କ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଯାଇଛି।

ଆହତଙ୍କୁ ଫାୟାର ବ୍ରିଗେଡ ସାହାଯ୍ୟରେ ବାହାର କରାଗଲା। ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣି ଟ୍ୱିଟ କରି ଦୁଃଖ ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି, ବଡୋଦରା ନିକଟରେ ଘଟିଥିବା ସଡକ ଦୁର୍ଘଟଣାରେ ଜନଜୀବନ କ୍ଷୟକ୍ଷତିକୁ ନେଇ ସେ ବହୁତ ଦୁଃଖୀ। ସବୁ ପ୍ରକାର ଆବଶ୍ୟକତା ପୁରା କରିବାକୁ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି। ମୃତକଙ୍କ ଆତ୍ମାର ସଦଗତି ନିମନ୍ତେ ସେ ପ୍ରାର୍ଥନା କରିଛନ୍ତି।

ବଡୋଦରା ପୋଲିସ ଆୟୁକ୍ତ ଆର.ବି ବ୍ରହ୍ମାଭଟ୍ଟ କହିଛନ୍ତି ଯେ, ଦୁର୍ଘଟଣାରେ ପାଞ୍ଚ ମହିଳା ସମେତ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ମିନି ଟ୍ରକରେ ପାଖାପାଖି ୨୫ ଜଣ ବସିଥିଲେ। ମୃତକ ୧୦ ଜଣ ସୁରଟ ବରଚା ଅଞ୍ଚଳର। ସେମାନେ ପଞ୍ଚମହଲ ଜିଲ୍ଲା ପାବାଗଡ଼ ନିକଟରେ ଥିବା ଏକ ଧାର୍ମିକ ସ୍ଥଳକୁ ଯାଉଥିଲେ। ତେବେ ଦୁର୍ଘଟଣାର କାରଣ ଏବେ ଯାଏଁ ଜଣାପଡିନାହିଁ।

   Related Posts