ମଝି ରାସ୍ତାରେ ହାଇ ଭୋଲଟେଜ୍ ଡ୍ରାମା : ଡ୍ରାଇଭର୍ ଓ ପୋଲିସକର୍ମୀ ମଧ୍ୟରେ ମାରପିଟ୍

Published By : Prameya-News7 Bureau | June 17, 2019 IST

ନୂଆଦିଲ୍ଲୀ ୧୭/୬ : ପୋଲିସକର୍ମୀ ଜଣେ ଗ୍ରାମୀଣ ସେବା ଡ୍ରାଇଭରକୁ ଅଟକାଇବା ପରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଡ୍ରାଇଭର ଏକ ଖଣ୍ଡା ବାହାର କରିଥିଲା । ଏହାଦେଖି ପୋଲିସକର୍ମୀ ଥାନାରୁ ୧୦ରୁ ୧୫ଜଣ ପୋଲିସକର୍ମୀଙ୍କୁ ଆଣି ଡ୍ରାଇଭରକୁ ଆକ୍ରମଣ କରିଥିଲେ । ଡ୍ରାଇଭର ମଧ୍ୟ ହାର ନ ମାନି ଖଣ୍ଡାରେ ଜଣେ ପୋଲିସକର୍ମୀଙ୍କୁ ଆଘାତ କରିଥିଲା । ପୋଲିସକର୍ମୀମାନେ ପାଖାପାଖି ଅଧା ଘଣ୍ଟା ଯାଏଁ ଡ୍ରାଇଭରକୁ ମାଡ଼ ମାରିଥିଲେ । ଏହି ଘଟଣା ପରେ ଦିଲ୍ଲୀ ମୁଖାର୍ଜୀ ନଗର ଥାନା ବାହାରେ ଶିଖ ସମ୍ପ୍ରଦାୟ ଲୋକେ ଆସି ହଂଗାମା କରିଥିଲେ ।

{"id":123958,"width":580,"height":312}

ରବିବାର ସନ୍ଧ୍ୟାରେ ଗ୍ରାମୀଣ ସେବାର ଶିଖ୍ ଡ୍ରାଇଭର ସର୍ଵଜୀତ ସିଂହ ଓ ପୋଲିସକର୍ମୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏଥିରେ ଡ୍ରାଇଭର ରାଗିଯାଇ ଖଣ୍ଡା ବାହାର କରିଥିଲା । ପାଖରେ ମୁଖାର୍ଜୀ ନଗର ଥାନା ଥିଲା । ପୋଲିସକର୍ମୀ ସେଠାରୁ ଦୌଡ଼ି ଯାଇ ଥାନାରେ ପହଂଚିଥିଲେ ଓ ଅନ୍ୟ ପୋଲିସକର୍ମୀଙ୍କୁ ଡାକି ଆଣିଥିଲେ ।

{"id":123961,"width":579,"height":359}

ଏତେ ପୋଲିସକର୍ମୀଙ୍କୁ ଦେଖି ମଧ୍ୟ ଡ୍ରାଇଭରର ରାଗ ଶାନ୍ତ ହୋଇନଥିଲା । ସେ ଜଣେ ପୋଲିସକର୍ମୀଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ । ଆଉ ଜଣେ ପୋଲିସକର୍ମୀ ତାଙ୍କୁ ଅଟକାଇବାକୁ ଚେଷ୍ଟା କଲାବେଳେ ଡ୍ରାଇଭର ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ଏହା ଦେଖି ଅନ୍ୟ ପୋଲିସକର୍ମୀ ଡ୍ରାଇଭରକୁ ଲାତ ଗୋଇଠା ମାରିବା ଆରମ୍ଭ କରିଥିଲେ ।

{"id":123959,"width":579,"height":423}

ଗତକାଲି ଫାଦର୍ସ ଡେ ଥିଲା । ଏହିଭଳି ଏକ ବିଶେଷ ଦିନରେ ନିଜ ବାପାଙ୍କୁ ପୋଲିସକର୍ମୀ ମାଡ ମାରୁଥିବା ଦେଖି ନାବାଳକ ପୁଅର ରକ୍ତ ଗରମ ହୋଇଯାଇଥିଲା । ନିଜ ବାପାଙ୍କୁ ରକ୍ଷା କରିବାକୁ ଯାଇ ସେ ମଧ୍ୟ ପୋଲିସକର୍ମୀଙ୍କୁ ଆକ୍ରମଣ କରିଥିଲା ।

{"id":123962,"width":581,"height":431}

ପୋଲିସକର୍ମୀ ଉଭୟ ବାପା ପୁଅଙ୍କୁ ଥାନାକୁ ଘୋଷାଡ଼ି ନେଇଥିଲେ । ମାମଲା ଶିଖ୍ ସମ୍ପ୍ରଦାୟ ସହ ଜଡିତ ଥିବା ଯୋଗୁଁ ହଂଗାମା ହୋଇଯାଇଥିଲା । ଗୁରୁଦ୍ୱାରା ଶିଖ୍ ପ୍ରବନ୍ଧକ ମଧ୍ୟ ଥାନାରେ ପହଂଚିଥିଲେ । ସେ ଡ୍ରାଇଭର ବିରୋଧରେ ଶିଖଙ୍କ ଅପମାନ ଏବଂ ପୋଲିସକର୍ମୀଙ୍କୁ ହତ୍ୟା ଉଦ୍ୟମ ମାମଲା ରୁଜ୍ଜୁ କରିବା ପାଇଁ ସେ ଦାବି କରିଥିଲେ ।

{"id":123960,"width":578,"height":356}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.