Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରବାସୀ ଶ୍ରମିକଙ୍କୁ ମିଳିବ ମନ୍ଦିରରୁ ଖାଦ୍ୟ, ମନ୍ଦିର ପରିଚାଳନା ବୋର୍ଡଙ୍କୁ ନିର୍ଦ୍ଦେଶ ଦେଲେ ଦେବୋତ୍ତର ବିଭାଗ

14/05/2020 at 3:02 PM

ଭୁବନେଶ୍ୱର, ୧୪|୦୫: ପ୍ରବାସୀ ଶ୍ରମିକଙ୍କୁ ଖାଦ୍ୟ ଯୋଗଇବେ ବିଭିନ୍ନ ମନ୍ଦିର । ଏନେଇ ଦୋବୋତ୍ତର ବିଭାଗ ପକ୍ଷରୁ ବିଭିନ୍ନ ମନ୍ଦିରର ପରିଚାଳନା ବୋର୍ଡକୁ କୁହାଯାଇଛି ।

ସାରା ଦେଶ ଏବେ କରୋନା ଭାଇରସର ମୁକାବିଲା କରାଯାଉଛି । ଏହା ମଧ୍ୟରେ ବିଭିନ୍ନ ରାଜ୍ୟରେ ଫସିଥିବା ଶ୍ରମିକମାନଙ୍କୁ ରାଜ୍ୟ ସରକାର ଫେରାଇ ଆଣୁଛନ୍ତି । ତେବେ ଏହି ସମୟରେ ଶ୍ରମିକମାନେ ଖାଦ୍ୟ ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାକୁ ନଜରରେ ରଖି ଦେବୋତ୍ତର ବିଭାଗ ପକ୍ଷରୁ ସମସ୍ତ ମନ୍ଦିର ପରିଚାଳନା କମିଟି ପକ୍ଷରୁ ପ୍ରବାସୀ ଶ୍ରମିକଙ୍କୁ ଖାଦ୍ୟ ପୁଡିଆ ପ୍ରଦାନ କରିବାକୁ କୁହାଯାଉଛି । ରାଜ୍ୟର ପ୍ରାୟ ୮୦ଟି ସ୍ଥାନରେ ପ୍ରବାସୀ ଶ୍ରମିକଙ୍କୁ ଖାଦ୍ୟ ପୁଡିଆ ପ୍ରଦାନ କରାଯିବ ନେଇ ସୂଚନା ମିଳିଛି ।

   Related Posts