ଆହୁରି ୨ ମାସ ବନ୍ଦ ରହିବ ମନ୍ଦିର, କାଳୀ ପୂଜାରେ ଜନସମାଗମ ସହ ମୀନାବଜାର ମନା

Published By : Prameya-News7 Bureau | November 06, 2020 IST

କେନ୍ଦୁଝର ୬।୧୧: କେନ୍ଦୁଝର ଜିଲ୍ଲାରେ ଆହୁରି ଦୁଇ ମାସ ପର୍ଯ୍ୟନ୍ତ ଖୋଲିବ ନାହିଁ ମନ୍ଦିର । ଜିଲ୍ଲାପାଳଙ୍କ ସୂଚନା ଅନୁସାରେ ଜିଲ୍ଲାର ଅଧିଷ୍ଟାତ୍ରୀ ଦେବୀ ମା’ ତାରିଣୀ ମନ୍ଦିର ଓ ଆରାଧ୍ୟ ଦେବତା ବଳଦେବଜୀଉ ମନ୍ଦିରର ଟ୍ରଷ୍ଟ ବୋର୍ଡ ସଦସ୍ୟଙ୍କ ସହ ଆଲୋଚନା ଅନୁଯାଇ ଏପରି ନିଷ୍ପତି ନିଆଯାଇଛି ।

{"id":357096,"sizeSlug":"large"}

ଦିନକୁ ଦିନ କୋରନା ଆକ୍ରାନ୍ତଙ୍କ ସଂଖ୍ୟା କମୁନାହିଁ । ଆଗକୁ ଶୀତ ଦିନ ଆସୁଛି ଓ ଶୀତର ଲହରୀ ଜାରି ରହିବ । ଶୀତ ଦିନେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ପୂର୍ବରୁ ଯେମିତି ଲକଡାଉନ ସମୟରେ ମନ୍ଦିର ପ୍ରବେଶ ଉପରେ କଟକଣା ଲାଗାଯାଇଛି ସେହିପରି କଟକଣା ବଳବତ୍ତର ରହିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଦୁଇ ମାସ ପରେ ପରିସ୍ଥିତିରେ ଯଦି ସୁଧାର ଆସେ ତବେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ।

{"id":357097,"sizeSlug":"large"}

ସେହିପରି କଳୀ ପୂଜା ଜିଲ୍ଲାର ଏକ ପ୍ରମୁଖ ପୂଜା ଏହି ସମୟରେ ପୂଜା ସହ ୧୪ ଦିନ ଧରି ମୀନାବଜାର ସହ ଅପେରା ଆଦି ପଡେ ଓ ବେସ ଭିଡ ଜମେ । ତେଣୁ ଏଥର ଏହା ଉପରେ ମଧ୍ୟ କଟକଣା ଲାଗୁ ହୋଇଛି ଏ ବର୍ଷ ସର୍ବଜନୀନ କାଳୀ ପୂଜା ଉପରେ ରୋକ ଲଗାଯାଇଥିବା ବେଳେ ମୀନାବଜାରକୁ ମଧ୍ୟ ବାରଣ କରାଯାଇଛି । କୌଣସି ସ୍ଥାନରେ ଲୋକଙ୍କୁ ଏକାଠି ପ୍ରସାଶନ ପକ୍ଷରୁ ହେବାକୁ ବାରଣ କାରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.