୧୬ରେ ଖୋଲିବ ସିନେମାହଲ୍, ସୁଇମିଙ୍ଗ ପୁଲ୍ ଏବଂ ଅଡିଟୋରିୟମ୍ ! ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ନେବେ ଜିଲ୍ଳା ପ୍ରଶାସନ

Published By : Prameya-News7 Bureau | October 31, 2020 IST

ଭୁବନେଶ୍ୱର ୩୧/୧୦ :  ନଭେମ୍ବର ପାଇଁ ଜାରି ହୋଇଛି ରାଜ୍ୟ ସରକାରଙ୍କ ଗାଇଡଲାଇନ୍ । ମନ୍ଦିର ଖୋଲିବା ନିଷ୍ପତ୍ତି ସ୍ଥାନୀୟ ପ୍ରଶାସନ ଉପରେ ଛାଡି ଦିଆଯାଇଛି । ବିବାହ କାର୍ଯ୍ୟକ୍ରମରେ ୨୦୦ ଜଣ ଏବଂ ଶେଷକୃତ୍ୟରେ ୫୦ ଜଣ ଉପସ୍ଥିତ ରହିପାରିବେ । ତେବେ ସିନେମାହଲ୍, ସ୍ବିମିଂପୁଲ ଖୋଲିବା ନେଇ ନଭେମ୍ବର ୧୬ରେ ନିଷ୍ପତ୍ତି ନେବେ ରାଜ୍ୟ ସରକାର ।

{"id":353984,"sizeSlug":"large"}

ରାଜ୍ୟ ସରକାରଙ୍କ ନଭେମ୍ବର ଗାଇଡ୍‌ଲାଇନ୍ । ଖୋଲିବ ସ୍କୁଲ, ଖୋଲିବ ମନ୍ଦିର । ସ୍କୁଲ ଖୋଲିବାକୁ ଆସିବ ନୂଆ SOP । ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ନେବ ଜିଲ୍ଳା ପ୍ରଶାସନ । ଜିଲ୍ଲାପାଳ ଏବଂ ମ୍ୟୁନିସିପାଲ କମିଶନର ସ୍ଥିତିର ସମୀକ୍ଷା କରି ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା ପରେ ଧର୍ମାନୁଷ୍ଠାନ ଖୋଲିବା ନିଷ୍ପତ୍ତି ନେଇପାରିବେ । ଅର୍ଥାତ୍ ସ୍ଥାନୀୟ ପ୍ରଶାସନ ଅନୁମତି ନେଇ ମନ୍ଦିର ଏବଂ ଧର୍ମାନୁଷ୍ଠାନ ଖୋଲି ପାରିବ, ପୂଜାର୍ଚନା ହୋଇପାରିବ ।  ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ସେବାୟତ ସଂଘ ସ୍ବାଗତ କରିଛନ୍ତି । ତେବେ ସବୁ ପକ୍ଷଙ୍କ ସହ ଆଲୋଚନା ପରେ ରାଜଧାନୀ ପାଇଁ ଯାହାକିଛି ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ବିଏମ୍‌ସି କମିଶନର ।

{"id":353985,"sizeSlug":"large"}

ଅନ୍‌ଲକ୍ -୬ରେ ରାଜ୍ୟ ସରକାର ଅନେକ ବଡ ନିଷ୍ପତ୍ତି ନେଇଛନ୍ତି । ଏସବୁ ଭିତରେ କିନ୍ତୁ ନଭେମ୍ବର ୧୫ ଯାଏ ସିନେମାହଲ୍, ସ୍ବିମିଂପୁଲ୍ ଏବଂ ଅଡିଟୋରିୟମ୍ ବନ୍ଦ ରହିବ । ୧୬ରେ ସିନେମାହଲ୍, ସ୍ବିମିଂପୁଲ୍ ଏବଂ ଅଡିଟୋରିୟମ୍ ଖୋଲିବା ନେଇ ହେବ ନିଷ୍ପତ୍ତି । ବିବାହ କାର୍ଯ୍ୟକ୍ରମରେ ୨୦୦ ଜଣ ଏବଂ ଶେଷକୃତ୍ୟରେ ୫୦ ଜଣ ସାମିଲ ହୋଇପାରିବେ । ସେହିଭଳି ନଭେମ୍ବର ୩୦ ଯାଏଁ କଣ୍ଟେନମେଣ୍ଟ ଜୋନରେ ଲକଡାଉନ୍ ବଳବତ୍ତର ରହିବ । ଅନ୍ତର୍ଜାତୀୟ ବିମାନ ସେବା ବି ବନ୍ଦ ରହିବ ।

କୋଭିଡ ଯୋଗୁଁ ମାର୍ଚ୍ଚ ମାସରୁ ରାଜ୍ୟରେ ସବୁ ମନ୍ଦିର ବନ୍ଦ ରହିଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିଲା । ତେବେ ଗତ କିଛି ଦିନ ହେଲା ମନ୍ଦିର ଖୋଲିବା ନେଇ ରାଜ୍ୟ ସରକାର ଆରମ୍ଭ କରିଦେଇଥିଲେ ପ୍ରକ୍ରିୟା । ଏଥିପାଇଁ ଜିଲ୍ଲାପାଳଙ୍କଠୁ ରିପୋର୍ଟ ମାଗିଥିଲେ ମୁଖ୍ୟଶାସନ ସଚିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.