ଜୁନ୍ ୮ ତାରିଖରୁ ଖୋଲିବ ଧାର୍ମିକସ୍ଥଳ : ଥରକେ ୫ ଶ୍ରଦ୍ଧାଳୁଙ୍କ ପ୍ରବେଶକୁ ଅନୁମତି, ବାହାରୁ ଭୋଗ ନ ଆଣିବାକୁ ନିର୍ଦେଶ

Published By : Prameya-News7 Bureau | June 07, 2020 IST

ପ୍ରୟାଗରାଜ ୦୭/୦୬ : ଉତ୍ତର ପ୍ରଦେଶ ସରକାର ଜୁନ ୮ ତାରିଖ ପାଇଁ ପୁଣି ଏକ ନୂଆ ଗାଇଡଲାଇନ ଜାରି କରିଛନ୍ତି | କରୋନା ମହାମାରୀ ଯୋଗୁଁ ଗତ ୨ ମାସରୁ ଅଧିକ ହେବ ଦେଶର ସମସ୍ତ ଧାର୍ମିକସ୍ଥଳ ବନ୍ଦ ରହିଛି | ଜୁନ ୮ ତାରିଖରୁ ଉତ୍ତର ପ୍ରଦେଶର ଧାର୍ମିକସ୍ଥଳ ଖୋଲିବା ପାଇଁ ପାଖାପାଖି ସମସ୍ତ ପ୍ରସ୍ତୁତି ଶେଷ ହୋଇସାରିଛି | ପ୍ରୟାଗରାଜର ସମସ୍ତ ପ୍ରମୁଖ ମନ୍ଦିର ଓ ମଠ ଜୁନ ୮ ତାରିଖରୁ ଖୋଲାଯିବ | ମନ୍ଦିର ଖୋଲା ହେଲେ ସୁଦ୍ଧା ଶ୍ରଦ୍ଧାଳୁଙ୍କୁ ପ୍ରସାଦ ବଣ୍ଟନ କରାଯିବ ନାହିଁ | ଏହାସହ ମନ୍ଦିରରେ ମୂର୍ତ୍ତି ସ୍ପର୍ଶ କରିବାକୁ ମଧ୍ୟ ଅନୁମତି ଦିଆଯାଇନାହିଁ | ଶ୍ରଦ୍ଧାଳୁଙ୍କୁ ମନ୍ଦିର ପରିସରରେ ସାମାଜିକ ଦୂରତା ପାଳନ କରିବାକୁ ହେବ | ଜୁନ ୮ ତାରିଖରେ ଦୀର୍ଘ ୭୫ ଦିନ ପରେ ସଙ୍ଗମ ସ୍ଥିତ ବଡ ହନୁମାନ ମନ୍ଦିର ଖୋଲାଯିବ | କିନ୍ତୁ ମନ୍ଦିରରେ ମାସ୍କ ଲଗାଇବା ଅନିବାର୍ଯ୍ୟ | ଶ୍ରଦ୍ଧାଳୁ ବିନା ମାସ୍କରେ ମନ୍ଦିର ଦର୍ଶନ କରିପାରିବେନାହିଁ | ମନ୍ଦିର ବାହାରୁ ଆଣିଥିବା ପ୍ରସାଦ ମଧ୍ୟ ଭଗବାନଙ୍କ ପାଖରେ ଭୋଗ ହେବନାହିଁ |

{"id":282391,"width":580,"height":386,"sizeSlug":"large"}

 

ସାମାଜିକ ଦୂରତା ପାଳନ କରି ଏକାସଙ୍ଗେ ୫ଜଣ ଶ୍ରଦ୍ଧାଳୁ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ | ମାର୍ଚ୍ଚ ୨୨ ତାରିଖରେ ଜନତା କର୍ଫ୍ୟୁ ଦିନ ସଙ୍ଗମର ବଡ ହନୁମାନ ମନ୍ଦିର କବାଟ ବନ୍ଦ କରାଯାଇଥିଲା | ମନ୍ଦିରରେ ପୂଜାରୀ ନିୟମିତ ପୂଜା ଓ ଆଳତୀ ଜାରି ରଖିଛନ୍ତି | ବଡ ହନୁମାନ ମନ୍ଦିର ମହନ୍ତ ନରେନ୍ଦ୍ର ଗିରି କହିଛନ୍ତି ଯେ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗାଇଡଲାଇନ ଅନୁଯାୟୀ ମନ୍ଦିର କବାଟ ଖୋଲାଯିବ | ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପାଇଁ ହ୍ୟାଣ୍ଡୱାସ ଓ ସାନିଟାଇଜର ପୁରା ବ୍ୟବସ୍ଥା କରାଯାଇଛି ବୋଲି ମହନ୍ତ କହିଛନ୍ତି |

{"id":282392,"sizeSlug":"large"}

ଅଖିଳ ଭାରତୀୟ ଆଖଡ଼ା ପରିଷଦର ଅଧ୍ୟକ୍ଷ ନରେନ୍ଦ୍ର ଗିରି କହିଛନ୍ତି ଯେ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥଙ୍କ ନିର୍ଦେଶ ପାଳନ କରି ଏକାଥରେ ୫ ଜଣ ଶ୍ରଦ୍ଧାଳୁ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ କିନ୍ତୁ ମନ୍ଦିରରେ ଭଗବାନଙ୍କ ପ୍ରତିମାକୁ ସ୍ପର୍ଶ କରିପାରିବେ ନାହିଁ | ସାମାଜିକ ଦୂରତା ପାଳନ କରି ପୂଜାରୀଙ୍କୁ ଭୋଗ କରିବାକୁ ଦେବେ | ପୂଜାରୀ ମଧ୍ୟ ମାସ୍କ ଓ ଗ୍ଳୋବ୍ସ ବ୍ୟବହାର କରିବେ | ଏହାସହ ନିୟମିତ ଅନ୍ତରାଳରେ ହାତ ମଧ୍ୟ ସାନିଟାଇଜ କରିବେ 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.