ଆଜିଠୁ ଖୋଲିବ ଧାର୍ମିକ ସ୍ଥଳ ଓ ସପିଂ ମଲ୍, କିନ୍ତୁ ରାଜ୍ୟରେ ଜୁନ୍ ୩୦ ଯାଏଁ ଧାର୍ମିକ ଅନୁଷ୍ଠାନ ବନ୍ଦ

Published By : Prameya-News7 Bureau | June 08, 2020 IST

ଭୁବନେଶ୍ୱର ୦୮।୦୬:  ଆଜିଠୁ ଖୋଲିବ ଧାର୍ମିକ ସ୍ଥଳ ଓ ସପିଂ ମଲ୍ । ଦୀର୍ଘ ୭୦ ଦିନର ବ୍ୟବଧାନ ପରେ ଆଜିଠୁ ଦେଶର ବିଭିନ୍ନ ସ୍ଥାନରେ ଖୋଲିବ ଧାର୍ମିକସ୍ଥଳ, ସପିଙ୍ଗ୍ ମଲ, ହୋଟେଲ ଓ ରେଷ୍ଟୁରାଣ୍ଟ।  କେନ୍ଦ୍ର ଗୃହ ମନ୍ତ୍ରାଳୟର ନୂଆ ଗାଇଡଲାଇନ୍ ଅନଲକ୍ ୱାନ୍ ଅନୁସାରେ କଣ୍ଟେନମେଣ୍ଟ ଅଞ୍ଚଳ ହୋଇନଥିଲେ ଆଜିଠୁ ସର୍ବସାଧାରଣଙ୍କ ଲାଗି ଧାର୍ମିକସ୍ଥଳ, ସପିଙ୍ଗ୍ ମଲ, ହୋଟେଲ ଓ ରେଷ୍ଟୁରାଣ୍ଟ ଖୋଲି ପାରିବ।

{"id":282832,"sizeSlug":"large"}

କରୋନା ସଂକ୍ରମଣ ରୋକିବାକୁ ଏସବୁ ସ୍ଥାନରେ କର୍ତ୍ତୃପକ୍ଷ ନିର୍ଦ୍ଦିଷ୍ଟ ଗାଇଡଲାଇନ୍ ପାଳନ କରିବେ। କରୋନା ମୁକାବିଲା ଲାଗି ଗତ ମାର୍ଚ୍ଚ ୨୫ ତାରିଖରୁ ସାରା ଦେଶରେ ହୋଟେଲ, ରେଷ୍ଟୁରାଣ୍ଟ, ମଲ ଓ ଧାର୍ମିକସ୍ଥଳ ପ୍ରବେଶ ଉପରେ କଟକଣା ଲାଗି ରହିଥିଲା। ତେବେ ଓଡ଼ିଶାରେ ଏହି ନିୟମ ସମ୍ପୂର୍ଣ୍ଣ ଲାଗୁ ହେବନି। ରାଜ୍ୟରେ ଜୁନ୍ ୩୦ ଯାଏଁ ଧାର୍ମିକ ଅନୁଷ୍ଠାନ ବନ୍ଦ୍ ରହିବ। ସେହିଭଳି ସପିଙ୍ଗ୍ ମଲ ମଧ୍ୟ ଜୁନ୍ ୩୦ ଯାଏ ନଖୋଲିବାକୁ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ହୋଟେଲଗୁଡ଼ିକ ୩୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରିବାକୁ ଅନୁମତି ମିଳିଛି। କେବଳ ହୋଟେଲ ଭିତରେ ରହୁଥିବା ଅତିଥିଙ୍କୁ ରେସ୍ତୋରାଁ ସେବା ମିଳିବ।

{"id":282833,"sizeSlug":"large"}

 ସେହିଭଳି ରେସ୍ତୋରାଁଗୁଡ଼ିକ କେବଳ ହୋମ୍ ଡେଲିଭରି ଓ ପାର୍ସଲ ସେବା ଯୋଗାଇ ପାରିବେ। କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରତ୍ନତାତ୍ୱିକ ସର୍ବେକ୍ଷଣ ସଂସ୍ଥା  ଅଧୀନରେ ସଂରକ୍ଷିତ ୮୨୦ଟି ଐତିହାସିକ କିର୍ତ୍ତୀରାଜି ଖୋଲିବ। ଏସବୁ କିର୍ତ୍ତୀରାଜି ଉପାସନା ପୀଠ ଭାବେ ମାନ୍ୟତା ଲାଭ କରିଛି। ତେବେ ଏସବୁ ସ୍ଥାନରେ କେନ୍ଦ୍ର ଗୃହ ଓ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ସମସ୍ତ ନିୟମକୁ ପାଳନ କରାଯିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ  ପ୍ରହ୍ଲାଦ ସିଂ ପଟେଲ। ଏହି ୮୨୦ଟି ଉପାସନା ପୀଠ ତଥା ଐତିହାସିକ କିର୍ତ୍ତୀରାଜି ମଧ୍ୟରେ ଓଡ଼ିଶାରେ ଥିବା ଏଏସଆଇ ଅଧୀନ ୪୬ଟି କିର୍ତ୍ତୀରାଜି ଖୋଳିବା ପାଇଁ ମଧ୍ୟ ଅନୁମତି ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.