ରାଜ୍ୟରେ ଖୋଲିବ ମନ୍ଦିର ! କାର୍ଯ୍ୟପନ୍ଥା ସ୍ଥିର କରିବାକୁ ସରକାରଙ୍କ ନିର୍ଦ୍ଦେଶ, ୧୦ଦିନ ଭିତରେ ରିପୋର୍ଟ ଦେବେ ଜିଲ୍ଲାପାଳ

Published By : Prameya-News7 Bureau | October 08, 2020 IST

ଭୁବନେଶ୍ବର ୮।୧୦: ରାଜ୍ୟରେ ମନ୍ଦିର ଖୋଲିବା ପାଇଁ କାର୍ଯ୍ୟପନ୍ଥା ସ୍ଥିର କରିବା ନେଇ ସରକାର ନିର୍ଦ୍ଦେଶ ଦେଇଛନ୍ତି । ପୁରୀ ଶ୍ରୀମନ୍ଦିର ଓ ଅନ୍ୟାନ୍ୟ ପ୍ରମୁଖ ମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ଜିଲ୍ଲାପାଳଙ୍କୁ ଏନେଇ ରିପୋର୍ଟ ଦେବାକୁ କୁହାଯାଇଛି । ସମସ୍ତ ପକ୍ଷଙ୍କ ସହ ବିଚାରବିମର୍ଶ କରି ୧୦ ଦିନ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

wp:html /wp:html

ଏ ନେଇ ମୁଖ୍ୟ ଶାସନ ସଚିବ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରିଛନ୍ତି । ତେବେ ମନ୍ଦିର ଗୁଡିକ କୋଭିଡ୍ ଗାଇଡ୍ ଲାଇନ୍ ପାଳନ କରି କିଭଳି ଖୋଲାଯାଇପାରିବ ସେ ନେଇ କାର୍ଯ୍ୟପନ୍ଥା ସ୍ଥିର କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

କୋଭିଡ୍ କଟକଣା ଯୋଗୁଁ ଦୀର୍ଘ ୭ମାସ ଧରି ମନ୍ଦିରଗୁଡିକ ବନ୍ଦ ରହିଛି । ମନ୍ଦିରରେ କେବଳ ସେବାୟତ ପୂଜକମାନେ ନୀତିକାନ୍ତି କରୁଥିବା ବେଳେ ଭକ୍ତମାନଙ୍କ ପାଇଁ ମନ୍ଦିରଗୁଡିକ ବନ୍ଦ ରହିଛି । କେନ୍ଦ୍ରର ଗାଇଡ୍ ଲାଇନ୍ ଅନୁସାରେ ଅନ୍ୟ ସବୁ ରାଜ୍ୟରେ ପ୍ରାୟତଃ ମନ୍ଦିରଗୁଡିକ ଖୋଲିଥିବା ବେଳେ ଓଡିଶାରେ ମନ୍ଦିରଗୁଡିକ ବନ୍ଦ ରହିଛି । ଏପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ମନ୍ଦିରଗୁଡିକ ଖୋଲାଯାଇନାହିଁ । ଯାହା ଫଳରେ ମନ୍ଦିରଗୁଡିକ ଖୋଲିବା ନେଇ ସେବାୟତ ଏବଂ ଭକ୍ତଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଥିଲା । କିଛି ସ୍ଥାନରେ ସେବାୟତମାନେ ମନ୍ଦିର ଖୋଲିବା ପ୍ରତିବାଦ ମଧ୍ୟ କରିଥିବା ଦେଖିବାକୁ ମିଳିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.