Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ଗଞ୍ଜାମ ଜିଲ୍ଲାରେ ଡିସେମ୍ବର ମାସ ପର୍ଯ୍ୟନ୍ତ ଖୋଲିବ ନାହିଁ ମନ୍ଦିର: ପିକ୍‌ନିକ୍‌ ସ୍ପଟ୍‌ରେ ଲାଗିଲା କଟକଣା

2/11/2020 at 10:45 PM

ବ୍ରହ୍ମପୁର୨/୧୧: ଡିସେମ୍ବର ମାସ ପହିଲା ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାରେ ଖୋଲିବ ନାହିଁ ମନ୍ଦିର। ପିକନିକ୍ ସ୍ପଟରେ ଅଧିକ ଗହଳି ଉପରେ ଲାଗିଲା କଟକଣା ।କମ୍ ସଂଖ୍ୟକ ଲୋକଙ୍କ ମଧ୍ୟରେ ପିକନିକ୍ କରି ପ୍ରକୃତି ମଜା ନେଇପାରିବେ।

ଗହଳ ଚହଳ ହେଲେ ସାଧାରଣ ଲୋକେ ନିର୍ଦ୍ଧିଷ୍ଟ ନମ୍ବରରେ ଜିଲ୍ଲା ପ୍ରଶାସନ କୁ ଅବଗତ କରିପାରିବେ। ଗାଁ ମାନଙ୍କରେ ତହସିଲ୍ କାର୍ଯ୍ୟ ତିନି ମାସ ପାଇଁ ଆରମ୍ଭ ହେବ। ଜିଲ୍ଲାମାନଙ୍କ ମଧ୍ୟରେ ଗଞ୍ଜା ଜିଲ୍ଲାରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନେତୃତ୍ବରେ ଏହି ଜିଲ୍ଲାରେ କରୋନା ସଂକ୍ରମଣଙ୍କ ସଂଖ୍ୟା ହ୍ରାସ ପାଇଛି। ଯେଉଁମାନେ କରୋନା ଆକ୍ରାନ୍ତରୁ ସୁସ୍ଥ ହୋଇଛନ୍ତି, ସେମାନେ କିପରି ପୂର୍ନବାର ଆକ୍ରାନ୍ତ ନହୁଅନ୍ତି, ସେଥିପ୍ରତି ଜିଲ୍ଲାପାଳ ଧ୍ୟାନ ଦେଇଛନ୍ତି। ଏପରି କି ଜିଲ୍ଲାର ବିଭିନ୍ନ ବ୍ଲକ ଏବଂ ଜିଲ୍ଲା ସ୍ତରୀୟ କର୍ମଚାରୀଙ୍କ ସହ ଭିଡିଓ କନ୍‌ଫରେନ୍ସିଂରେ ମାଧ୍ୟରେ ଜିଲ୍ଲାପାଳ ଆଲୋଚନା କରିଛନ୍ତି।

ସରକାରୀ ଅଧିକାରୀରଣ ୫୦ ପ୍ରତିଶତ ସମୟ କାର୍ଯ୍ୟାୟଳରେ ରହିବେ ଏବଂ ୫୦ ପ୍ରତିଶତ ସମୟ ଫିଲ୍ଡ୍ ରେ ରହି ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରିପାରିବେ। ଆଜି ଜିଲ୍ଲାରେ ୨୪ ଟି ଆହାର କେନ୍ଦ୍ର ଖୋଲା ଯାଇଥିବା ବେଳେ କେନ୍ଦ୍ର ନିକଟରେ ଜଣେ ସ୍ବାସ୍ଥ୍ୟ କର୍ମୀ ମୁତୟନ ରହି ସମସ୍ତ ତଥ୍ୟ ସଂଗ୍ରହ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

   Related Posts