Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଭାରସାମ୍ୟ ହରାଇ ବ୍ରିଜ୍ ଉପରୁ ୨୦ଫୁଟ ତଳକୁ ଖସିଲା ବାଇକ୍, ୨ ଗୁରୁତର
  • ||
  • ନୀଳଗିିରି : ବିଦ୍ୟୁତ ବିଲ୍ ବୃଦ୍ଧି ପ୍ରତିବାଦରେ ସିପିଆଇର ରାସ୍ତାରୋକ
  • ||
  • ଢେଙ୍କାନାଳ : ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି, ଚାଲିଗଲା ଜୀବନ
  • ||
  • ଭୁବନେଶ୍ବର : ଖରା ପାଇଁ ପାନୀୟ ଜଳ ବିଭାଗର ଛୁଟି ବାତିଲ
  • ||
  • ୨ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି, ରାଜଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ଭୁବନେଶ୍ବର : ଡାକ୍ତରଖାନା ପାଇଁ କୋଭିଡ୍ ଗାଇଡ୍‌ଲାଇନ୍, ଆବଶ୍ୟକତା ନଥିଲେ ସଂକ୍ରମିତଙ୍କୁ ଆଡମିଶନ ମନା
  • ||
  • ସରିଲା ରାଜ୍ୟ କ୍ୟାବିନେଟ୍‌ ବୈଠକ, ୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର
  • ||
  • ଭୁବନେଶ୍ବର : BMCର ପେଡ୍ କ୍ବାରେଣ୍ଟାଇନ୍ ବ୍ୟବସ୍ଥା, ନନ୍ ଏସି ୧୦୯୯ ଓ ଏସି ରୁମ୍ ୧୪୯୯ ଟଙ୍କା
  • ||
  • ଭୁବନେଶ୍ବର : ପିପିଲି ହିଂସା ଘଟଣା, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡି
  • ||
  • କରଞ୍ଜିଆ : ବିଡିଓଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ, ବ୍ଲକ କାର୍ଯ୍ୟାଳୟରେ ତାଲା ପକାଇ ନିର୍ବାଚିତ ଜନ ପ୍ରତିନିଧିଙ୍କ ଧାରଣା ୪ର୍ଥ ଦିନରେ
  • ||

ବନ୍ଦ ହେବ ଧର୍ମାନୁଷ୍ଠାନ ! କରୋନା ସ୍ଥିତିକୁ ଦେଖି ଆଜି ବଡ ନିଷ୍ପତ୍ତି ନେଇପାରନ୍ତି ସରକାର

2/04/2021 at 12:19 PM

ମୁମ୍ବାଇ, ୦୨।୦୪:   ମୁମ୍ବାଇରେ କରୋନାର ନୂଆ ମାମଲା ସମସ୍ତ ରେକର୍ଡ ଭାଙ୍ଗି ଦେଇଛି । ଏଠାରେ ଗତ ୨୪ ଘଣ୍ଟାରେ ୮୬୪୬ଟି ନୂଆ ମାମଲା ସାମ୍ନାକୁ ଆସିଛି । ଏହାକୁ ଦେଖି ସରକାର କଟକଣାକୁ ଆହୁରି କଡାକଡି କରିବାକୁ ଯୋଜନା କରୁଛନ୍ତି । ଏନେଇ ଖୁବ୍ ଶୀଘ୍ର ଘୋଷଣା ହୋଇପାରେ । ବିଏମସି ମେୟର କିଶୋରୀ ପେଡନେକର ଏପ୍ରିଲ ୨ରୁ କଟକଣା ଲାଗିବା ନେଇ ସଙ୍କେତ ଦେଇଥିଲେ ।

କିଶୋରୀ କହିଛନ୍ତି ଯେ, ହୋଟେଲ ଓ ରେଷ୍ଟୁରାଣ୍ଟର କ୍ଷମତାକୁ ୫୦ ପ୍ରତିଶତ କମ୍ ହୋଇପାରେ । ସେହିପରି ଧାର୍ମିକସ୍ଥଳୀକୁ ବନ୍ଦ କରାଯିବା ନେଇ ଯୋଜନା ହେଉଛି । କାରଣ ଲୋକମାନେ ନିୟମକୁ ପାଳନ କରୁନାହାଁନ୍ତି । ଏହାସହ ଟ୍ରେନ୍ ଯାତ୍ରା ଉପରେ ପ୍ରତିବନ୍ଧକ ଲାଗିପାରେ । ପୂର୍ବଭଳି କେବଳ ଜରୁରୀ ସେବା ଯୋଗାଉଥିବା କର୍ମଚାରୀଙ୍କ ପାଇଁ ଏହାକୁ ସୀମିତ ରଖାଯିବା ନେଇ ଆଲୋଚନା ହେଉଛି ।

ମେୟର ଆହୁରି କହିଛନ୍ତି ଯେ, ଘରୋଇ କାର୍ଯ୍ୟାଳୟରେ  ଦୁଇଟି ସିଫ୍ଟରେ କାମ ପାଇଁ ନିୟମ ଆସିପାରେ । ଏହା ବ୍ୟତୀତ ମୁମ୍ବାଇରେ କରୋନା ଆକ୍ରାନ୍ତଙ୍କ ପାଇଁ ବେଡ୍ ସଂଖ୍ୟାକୁ ୧୬୦୦୦ରୁ ୨୫ ହଜାରକୁ ବୃଦ୍ଧି କରାଯାଇଛି ।

ସୂଚନାଯୋଗ୍ୟ, ମୁମ୍ବାଇରେ କରୋନା ଆତଙ୍କ ଥମିବାର ନା ନେଉନାହିଁ । ଗୁରୁବାର ୮୬୦୦ରୁ ଅଧିକ କେସ୍ ଆସିବା ପରେ ପ୍ରଶାସନର ଚିନ୍ତା ବଡିଯାଇଛି । ଏହା ଏବେସୁଦ୍ଧା ସବୁଠାରୁ ଦୈନିକ ବାହାରିଥିବା ସର୍ବାଧିକ ମାମଲା । ଏହାସହ ୧୮ ଜଣ ଆକ୍ରାନ୍ତ ମଧ୍ୟ ପ୍ରାଣ ହରାଇଛନ୍ତି । ଆର୍ଥିକ ରାଜଧାନୀ ମୁମ୍ବାଇରେ ସକ୍ରିୟ ମାମଲା ୬୦ ହଜାର ନିକଟତର ହୋଇଥିବା ବେଳେ ଲୋକମାନେ ସତର୍କ ନଥିବା ଦେଖିବାକୁ ମିଳୁଛି । ସହରର ବିଭିନ୍ନ ବଜାରରେ ଗାଇଡଲାଇନକୁ ନମାନି ଅନେକ ବିନା ମାସ୍କରେ ବୁଲୁଛନ୍ତି ।  

   Related Posts