କୋଭିଡ୍ ଗାଇଡ୍ ଲାଇନ୍ ଉଲଂଘନ କଲେ ବନ୍ଦ ହେବ ମନ୍ଦିର

Published By : Prameya-News7 Bureau | March 11, 2021 IST

ଭୁବନେଶ୍ବର ୧୧।୩: ମହା ଶିବରାତ୍ରୀ ଉପଲକ୍ଷେ ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବରେ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି । ତେବେ ମନ୍ଦିରରେ କୋଭିଡ୍ ଗାଇଡ୍ ଲାଇନ୍ ଉଲଂଘନ କଲେ ବନ୍ଦ ହେବ ମନ୍ଦିର । ଭକ୍ତମାନଙ୍କ ଗାଡିଗୁଡିକ ପାର୍କିଂ ପାଇଁ ତିନୋଟି ସ୍ଥାନରେ ବ୍ୟବସ୍ଥା ରହିଛି । ମନ୍ଦିର ମୁଖ୍ୟ ଦ୍ବାର ପର୍ଯ୍ୟନ୍ତ କୌଣସି ଗାଡି ପ୍ରବେଶ ଉପରେ ରୋକ୍ ଲଗାଯାଇଛି । ଏ ନେଇ ଟ୍ରାଫିକ୍ ଅଡିସିନାଲ ଡିସିପି କେ କେ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

ତିନି ନିଯୋଗ, ମନ୍ଦିର ପ୍ରଶାସନ, ବିଏମସି ଓ କମିଶନରେଟ୍ ପୋଲିସର ମିଳିତ ସହଯୋଗରେ ସୁରୁଖୁରୁରେ ଚାଲିଛି ମହାପ୍ରଭୁ ଲିଙ୍ଗରାଜଙ୍କ ମହାଶିବରାତ୍ରୀ । ସକାଳ ୩ଟାରେ ସାହାଣମେଳା ସମ୍ପନ୍ନ ହେବା ସହିତ, ମଙ୍ଗଳା ଆଳତୀ, ସୂର୍ଯ୍ୟ ପୂଜା ଆଦି ରୀତିନୀତି ଆୟୋଜିତ ହେଇଯାଇଛି । ମନ୍ଦିର ଭିତରେ କୋଭିଡ୍ କଟକଣାକୁ କଡାକଡି ପାଳନ କରାଯାଇଛି । ଭକ୍ତମାନେ ଆଡ଼କାଠ ଦର୍ଶନ କରି ଉତ୍ତର ଦ୍ବାରଦେଇ ବାହାରକୁ ବାହାରିଥିଲେ । ବିନା ଭକ୍ତରେ ମନ୍ଦିରରେ ଶିବରାତ୍ରୀ ପାଳନ ଭକ୍ତଙ୍କୁ ବ୍ୟଥିତ କରିଥିବାବେଳେ ଅସନ୍ତୋଷ ଦେଖାଦେଇଥିଲା । ତେବେ ଶେଷରେ ପ୍ରଶାସନ ପକ୍ଷରୁ ଭକ୍ତଙ୍କୁ ଅନୁମତି ମିଳିଥିଲା । ଯାହାକୁ ନେଇ ଶ୍ରଦ୍ଧାଳୁଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଥିଲା ।

ଯଦିଓ ଚଳି ତବର୍ଷ ଭକ୍ତଙ୍କ  ସଂଖ୍ୟା କମ୍ ରହିଛି, ତେବେ ସବୁଠୁ ବଡ଼ କଥା ସନ୍ଧ୍ୟା ସମୟରେ ମନ୍ଦିର ପରିସରରେ ଭକ୍ତ ଦୀପ ଜଳିବେ । ସମାଜିକ ଦୂରତ୍ବ ରକ୍ଷା କରିବା ବଡ ଚ୍ୟାଲେଞ୍ଜ ହେବ । ଯଦି ବ୍ୟତିକର୍ମ ଦେଖାଯାଏ ତେବେ ମନ୍ଦିରକୁ ବନ୍ଦ କରାଯିବ ନେଇ ସୂଚନା ଦେଇଛନ୍ତି ବିଏମସି ଅତିରିକ୍ତ କମିଶନର। ସୁରକ୍ଷା ବ୍ୟବସ୍ଥା ଠିକ୍ ରହିବ ବୋଲି ଡିସିପି କହିଛନ୍ତି । ସେପଟେ ଖୋର୍ଦ୍ଧା ଜିଲ୍ଲାପାଳ କହିଛନ୍ତି ମନ୍ଦିର ଭିତରେ ଭକ୍ତ ସଂଖ୍ୟା ଅଧିକ ହେଲେ, ଭିତରକୁ ପ୍ରବେଶ ବନ୍ଦ କରାଯିବ ।

ତେବେ ରାତି ୧୦ଟାରେ ମହାପ୍ରଭୁଙ୍କ ମହାଦୀପ ଉଠିବ I ସୁରୁଖୁରୁରେ ଚାଲିଛି ମହାପ୍ରଭୁଙ୍କ ମହାଶିବରାତ୍ରୀ ନୀତିକାନ୍ତି । ସକାଳ ୩ଟାରେ ମନ୍ଦିରର ସାହାଣ ମେଳା ହେଇଥିଲା। ମନ୍ଦିରରେ ଭକ୍ତଙ୍କୁ ପ୍ରବେଶ ନେଇ ବେଶ ଖୁସିବ୍ୟକ୍ତ କରିଛନ୍ତି ଶ୍ରଦ୍ଧାଳୁ। ତେବେ ରାତିରେ ଦୀପ ଜାଳିବା ସମୟରେ ନିୟମ ଉଲଂଘନ ହେଲେ ମନ୍ଦିର ପରିସରରେ ବନ୍ଦ ହୋଇପରେ ଦୀପଦାନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.