Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

୭୦ ଦିନ ପରେ ଭକ୍ତ ଭଗବାନଙ୍କ ମିଳନ : ସାମାଜିକ ଦ୍ବରତ୍ବ ରକ୍ଷା କରି ମୁହଁରେ ମାସ୍କ ପିନ୍ଧି ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

8/06/2020 at 4:56 PM

ନୂଆଦିଲ୍ଲୀ ୦୮/୦୬ :  ଆଜିଠୁ ଦେଶରେ ଖୋଲିଛି ଧାର୍ମିକ ସ୍ଥଳ, ସପିଂ ମଲ୍ ଏବଂ ରେଷ୍ଟୁରାଣ୍ଟ । ୭୦ ଦିନ ପରେ ଏସବୁ ସ୍ଥାନ ଚଳଚଞ୍ଚଳ ହୋଇଛି । ମନ୍ଦିର, ମସଜିଦ, ଗୁରୁଦ୍ବାରା ସହ ବିଭିନ୍ନ ଧର୍ମିକସ୍ଥଳୀରେ ଶ୍ରଦ୍ଧାଳୁ ପୂଜାର୍ଚ୍ଚନା କରିଛନ୍ତି । ସବୁଠି କୋଭିଡ ଗାଇଡଲାଇନ ପାଳନ କରାଯାଉଛି । ଓଡ଼ିଶା ସମେତ କିଛି ସ୍ଥାନରେ ଏବେ ବି ପ୍ରସିଦ୍ଧ ମନ୍ଦିର ବନ୍ଦ୍‌ ରହିଛି ।  

୭୦ ଦିନ ପରେ ଭକ୍ତ ଭଗବାନଙ୍କ ମିଳନ । ମନ୍ଦିର ଯାଇ ଭଗବାନଙ୍କୁ ଆଖିପୁରେଇ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ । ପରିବାରର ସୁଖ ମନାସିଛନ୍ତି, ବିଶ୍ବରୁ କରୋନା ମହାମାରୀ ଦୂରେଇ ଦେବାକୁ ପ୍ରାର୍ଥନା କରିଛନ୍ତି। ଦୀର୍ଘ ଦିନ ପରେ ଖୋଲିଥିବାରୁ ମନ୍ଦିରକୁ ନୂଆ ରୂପରେ ସଜାଯାଇଛି ।  ଏ ଦୃଶ୍ୟ  ଗୁଜୁରାଟ ଦ୍ବାରକାଧିଶ ମନ୍ଦିରର । ସାମାଜିକ ଦ୍ବରତ୍ବ ରକ୍ଷା କରି ମୁହଁରେ ମାସ୍କ ପିନ୍ଧି ଦ୍ବାରକାଧିଶଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ଏ ଦୃଶ୍ୟ ଦିଲ୍ଲୀର ଏକ ହନୁମାନ ମନ୍ଦିରର । ଏଠି ହନୁମାନ ବେଶଧାରୀ ଜଣେ ଶ୍ରଦ୍ଧାଳୁ ମନ୍ଦିର ଖୋଲିବା ଖୁସିରେ ନୃତ୍ୟ କରୁଛନ୍ତି । ଅମୃତସରର ଗୋଲଡେନ ଟେମ୍ପୁଲ ହେଉ ଅବା ଦୁର୍ଗିଆନା ମନ୍ଦିର । ସବୁଠି ଶ୍ରଦ୍ଧାଳୁଙ୍କ ଧାଡି । ଏ ଦୃଶ୍ୟ ଉତ୍ତର ପ୍ରଦେଶ ଗୋରଖପୁରର । ଗୋରଖନାଥ ମନ୍ଦିରରେ ପୂଜା କରୁଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଏଦୃଶ୍ୟ ଅଯୋଦ୍ଧାର ହନୁମାନଗଡି ମନ୍ଦିର । ଠାକୁର ଦର୍ଶନ ପାଇଁ ଧାଇଁ ଆସିଛନ୍ତି ଶ୍ରଦ୍ଧାଳୁ । ସବୁଠୁ କୋଭିଡ ନିୟମ ପାଳନ ସହ ମାସ୍କ ପିନ୍ଧିଛନ୍ତି ଶ୍ରଦ୍ଧାଳୁ । ଅନେକ ସ୍ଥାନରେ ସ୍କ୍ରିନିଂ କରାଯାଇ ଶ୍ରଦ୍ଧାଳୁଙ୍କୁ ମନ୍ଦିର ଭିତରକୁ ଛଡାଯାଉଛି । ଠାକୁରଙ୍କୁ ମାଳ ଚଢାଇବା, ପ୍ରସାଦ ସେବନ କିନ୍ତୁ ବନ୍ଦ ରହିଛି ।

ଏ ଦୃଶ୍ୟ ଥିଲା ଦିଲ୍ଲୀ ଜାମା ମସଜିଦ୍ ର । ଏଠି ସାମାଜିକ ଦ୍ବରତ୍ବ ରକ୍ଷା କରି ଚାଲିଛି ନମାଜପାଠ । ଏ ଦୃଶ୍ୟ ପାଟେଣାସାହେବ ଗୁରୁଦ୍ବାରର । ଏଠି ଭଜନ କୀର୍ତ୍ତିନରେ ମଗ୍ନ ଶ୍ରଦ୍ଧାଳୁ । ଏ ଦୃଶ୍ୟ ନୋଏଡାର ଏକ ଗୁରୁଦ୍ବାରର । ମନ୍ଦିର ଖୋଲିବା ପରେ କୋଭିଡ ନିୟମ ମାନି ଏଠି ସଂପନ୍ନ ହେଉଛି ବିବାହ । ଅନେକ ମନ୍ଦିର, ମସଜିଦ୍, ଗୁରୁଦ୍ବାର ଖୋଲିଥିବା ବେଳେ କାଶି ବିଶ୍ବନାଥ ମନ୍ଦିର, ଜମ୍ମୁ-କଶ୍ମୀରର ବୈଷ୍ନୋ ଦେବୀ, ମଥୁରାର ବାଙ୍କେ ବିହାର ମନ୍ଦିର, ପଞ୍ଚକୁଲାର ମନଷା ଦେବୀ ମନ୍ଦିର, ଲକ୍ଷୌର ଅସିଫି ମସ୍‌ଜିଦ୍‌ ଅନ୍‌ଲକ୍‌-୧ରେ ବନ୍ଦ ରହିଛି । ଓଡ଼ିଶାରେ କୌଣସି ମନ୍ଦିର ଖୋଲିନି । ଓଡ଼ିଶା ସମେତ ମହାରାଷ୍ଟ୍ର, ଗୋଆ, ଝାଡଖଣ୍ଡ, ଭଳି ରାଜ୍ୟରେ ଜୁନ୍ ୩୦ ଯାଏ ସମସ୍ତ ଧାର୍ମିକସ୍ଥଳି ବନ୍ଦ ରହିବ ।

ସେହିପରି ଆଜିଠୁ ଦେଶର ବିଭିନ୍ନ ସ୍ଥାନରେ ସପିଙ୍ଗ ମଲ୍, ରେଷ୍ଟୁରାଷ୍ଟ ଖୋଲିଛି । ସବୁଠି କୋଭିଡ୍ ଗାଇଡଲାଇନକୁ କଡାକଡି ପାଳନ କରାଯାଉଛି । ଏ ଦୃଶ୍ୟ ଦିଲ୍ଲୀର । ରେଷ୍ଟୁରାଣ୍ଟରେ ଖାଦ୍ୟର ମଜା ହେଉଛନ୍ତି ଗ୍ରାହକ । ମଲ୍, ରେଷ୍ଟୁରାଣ୍ଟ ଖୋଲିଲେ କେଉଁ ସବୁ ଗାଇଡ୍ ଲାଇନ ପାଳନ କରାଯିବ ସେନେଇ ନିର୍ଦେଶାବଳୀ ଜାରି ହୋଇଛି । ଗୋଟିଏ ଦୋକାନରେ ଏକ ସମୟରେ ୫ ଜଣ ଗ୍ରାହକ ରହିପାରିବେ । ଲିଫ୍ଟ ଏବଂ ଏକ୍ସଲେଟର୍ସରେ ସୀମିତ ଲୋକ ଯାଇପାରିବେ । ଫୁଡ୍ କୋର୍ଟରେ ଥିବା ସିଟରୁ ଅଧା ବ୍ୟବହାର ହୋଇପାରିବ । ମଲ୍ଟିପ୍ଲେକ୍ସ ଏବଂ କିଡ୍ସ ପ୍ଲେ ଏରିଆ ବନ୍ଦ ରହିବ । ଏହାଛଡା ଶୋରୁମର ଟ୍ରାଏଲ୍ ରୁମ୍ ବନ୍ଦ ରହିବ ।ରେଷ୍ଟୁରାଣ୍ଟର ପାର୍କିଂରେ ଯାନଗୁଡିକୁ ସାନିଟାଇଜ୍ କରାଯିବାକୁ ନିର୍ଦେଶନାମା ରହିଛି ।

ଓଡ଼ିଶାରେ କିନ୍ତୁ ହୋଟେଲ ଏବଂ ରେଷ୍ଟୁରାଣ୍ଟ ଖୋଲିବାକୁ ଅନୁମତି ମିଳିଛି । ପୁରୀରେ ଆଜି ୧୦ ପ୍ରତିଶତ ହୋଟେଲ ଖୋଲିଛି ।

   Related Posts