Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ରାଜ୍ୟରେ ସବୁ ଧର୍ମସ୍ଥଳୀ ଖୋଲିବାକୁ ପରାମର୍ଶ, ପର୍ଯ୍ୟାୟକ୍ରମେ ଖୋଲିବା ନେଇ ନିଷ୍ପତ୍ତି ନେବେ ଜିଲ୍ଲାପାଳ

8/10/2020 at 1:23 PM

ଭୁବନେଶ୍ବର ୮।୧୦: ରାଜ୍ୟରେ ସବୁ ଧର୍ମସ୍ଥଳୀ ଖୋଲିବାକୁ ପରାମର୍ଶ ଦିଆଯାଇଛି । ଏ ନେଇ ମୁଖ୍ୟ ଶାସନ ସଚିବ ଟ୍ବିଟ୍ କରିଛନ୍ତ । ସବୁ ଧର୍ମର ଧର୍ମସ୍ଥଳୀ ଖୋଲିବା ନେଇ ଜିଲ୍ଲାପାଳଙ୍କୁ ପରାମର୍ଶ ଦିଆଯାଇଛି । ଜିଲ୍ଲାର ସ୍ଥିତି ଦେଖି କୋଭିଡ୍ ନିୟମ ଆଧାରରେ ଖୋଲିବାକୁ ପରାମର୍ଶ ଦିଆଯାଇଛି । ପର୍ଯ୍ୟାୟକ୍ରମେ ଧର୍ମସ୍ଥଳୀ ଖୋଲିବା ନେଇ ନିଷ୍ପତ୍ତି ନେଇପାରିବେ ଜିଲ୍ଲାପାଳ ।

ପୂର୍ବରୁ ରାଜ୍ୟରେ ମନ୍ଦିର ଖୋଲିବା ପାଇଁ କାର୍ଯ୍ୟପନ୍ଥା ସ୍ଥିର କରିବା ନେଇ ସରକାର ନିର୍ଦ୍ଦେଶ ଦେଇଛନ୍ତି । ପୁରୀ ଶ୍ରୀମନ୍ଦିର ଓ ଅନ୍ୟାନ୍ୟ ପ୍ରମୁଖ ମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ଜିଲ୍ଲାପାଳଙ୍କୁ ଏନେଇ ରିପୋର୍ଟ ଦେବାକୁ କୁହାଯାଇଛି । ସମସ୍ତ ପକ୍ଷଙ୍କ ସହ ବିଚାରବିମର୍ଶ କରି ୧୦ ଦିନ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହାପରେ ମନ୍ଦିର ଖୋଲିବା ନେଇ ଦେବୋତ୍ତର କମିଶନର ଚିତ୍ତରଞ୍ଜନ ମହାପାତ୍ର ନିଜର ପ୍ରତିକ୍ରିୟା ରଖିଥିଲେ । ସେ କହିଥିଲେ ଯେ, କୋଭିଡ୍ କଟକଣା ଭିତରେ ମନ୍ଦିର ଖୋଲାଯାଇ ପାରିବ। ସରକାରଙ୍କ ଗାଇଡଲାଇନ ଆମେ କାର୍ଯ୍ୟକାରୀ କରିବୁ । ଜିଲ୍ଲାପାଳମାନେ ରିପୋର୍ଟ ଦେଲା ପରେ ବିଚାର କରାଯିବ । ଆମ ଅଧୀନରେ ୧୮ ହଜାର ମନ୍ଦିର ରହିଛି ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, କୋଭିଡ୍ କଟକଣା ଯୋଗୁଁ ଦୀର୍ଘ ୭ମାସ ଧରି ମନ୍ଦିରଗୁଡିକ ବନ୍ଦ ରହିଛି । ମନ୍ଦିରରେ କେବଳ ସେବାୟତ ପୂଜକମାନେ ନୀତିକାନ୍ତି କରୁଥିବା ବେଳେ ଭକ୍ତମାନଙ୍କ ପାଇଁ ମନ୍ଦିରଗୁଡିକ ବନ୍ଦ ରହିଛି । କେନ୍ଦ୍ରର ଗାଇଡ୍ ଲାଇନ୍ ଅନୁସାରେ ଅନ୍ୟ ସବୁ ରାଜ୍ୟରେ ପ୍ରାୟତଃ ମନ୍ଦିରଗୁଡିକ ଖୋଲିଥିବା ବେଳେ ଓଡିଶାରେ ମନ୍ଦିରଗୁଡିକ ବନ୍ଦ ରହିଛି । ଏପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ମନ୍ଦିରଗୁଡିକ ଖୋଲାଯାଇନାହିଁ । ଯାହା ଫଳରେ ମନ୍ଦିରଗୁଡିକ ଖୋଲିବା ନେଇ ସେବାୟତ ଏବଂ ଭକ୍ତଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଥିଲା । କିଛି ସ୍ଥାନରେ ସେବାୟତମାନେ ମନ୍ଦିର ଖୋଲିବା ପ୍ରତିବାଦ ମଧ୍ୟ କରିଥିବା ଦେଖିବାକୁ ମିଳିଥିଲା ।

   Related Posts