ମନ୍ଦିର ଅଗଣାରେ ଖେଳୁଥିବାବେଳେ ୧୦ବର୍ଷର ନାବାଳିକାକୁ ଦୁଷ୍କର୍ମ : ୬୧ବର୍ଷର ପୂଜକ ଗିରଫ

Published By : Prameya-News7 Bureau | November 27, 2020 IST

ବେଙ୍ଗାଲୁରୁ ୨୭/୧୧: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଏକ ଦୁଷ୍କର୍ମ ଘଟଣା ସାମନାକୁ ଆସିଛି। ଏଠାରେ ଜଣେ ମନ୍ଦିରର ୬୧ବର୍ଷୀୟ ପୂଜକ ୧୦ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ କରିଛି। ଅଭିଯୁକ୍ତ ପୂଜକ ନିଜ ଝିଅ ଘରେ ଏହି ଅମାନବୀୟ କାଣ୍ଡ ଘଟାଇଛି।

ପୋଲିସର କହିବା ଅନୁସାରେ ଚିକ୍କାବଲ୍ଲାପୁରା ବାସିନ୍ଦା ଭେଙ୍କଟରାମନପ୍ପା ନିଜ ଜ୍ବାଇଁର ଅନୁପସ୍ଥିତିରେ ମନ୍ଦିରର ଦେଖାଶୁଣା କରୁଥିଲା। ଏହି ଘଟଣା ମଙ୍ଗଳବାର ସନ୍ଧ୍ୟାରେ ଘଟିଛି। ଝିଅଟି ମନ୍ଦିର ଅଗଣାରେ ଖେଳୁଥିବାବେଳେ ଭେଙ୍କଟରାମନପ୍ପାର କୁଦୃଷ୍ଟି ପଡ଼ିଥିଲା। ସେ ନାବାଳିକାକୁ ମିଠାର ଲୋଭ ଦେଖାଇ ନିଜ ପାଖକୁ ଡକାଇଥିଲା।

ଝିଅଟିକୁ ଖୋଜି ଖୋଜି ତା ଜେଜେମାଆ ଆସିବାରୁ ମନ୍ଦିର ବାହାରେ ଫୁଲ ବିକୁଥିବା ମହିଳା ପୂଜାରୀ ସହ ଯାଇଥିବା କଥା କହିଥିଲା। ଝିଅଟି ଘରୁ ଦୌଡ଼ି ଦୌଡ଼ି ଆସିଥିଲା। ଝିଅଟିର ଜେଜେମାଆ ପୋଲିସ୍ ନିକଟରେ ମାମଲା ରୁଜୁ କରିଥିଲା ଏବଂ ପୋଲିସ୍ ତାକୁ ଗିରଫ କରିଥିଲା।

ମନ୍ଦିର ପରିସରରେ ଲାଗିଥିବା ସିସିଟିଭି କ୍ୟାମେରାର ଫୁଟେଜ ଏବଂ ଫୁଲବାଲିର ବୟାନ ଆଧାରରେ ଭେଙ୍କଟରାମନପ୍ପାକୁ ପକ୍ସୋ ଧାରା ଅନୁସାରେ ଗିରଫ କରାଯାଇଛି। ପୋଲିସ୍ ମେଡିକାଲ୍ ରିପୋର୍ଟକୁ ଅପେକ୍ଷା କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.