Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କରୋନା ସଙ୍କଟରେ ମନ୍ଦିର ପଲିଟିକ୍ସ : ବରିଷ୍ଠ ନେତା ବିଜୟ ମହାପାତ୍ର ଓ ସୁର ରାଉତରାୟ କହିଲେ ମନ୍ଦିର ଖୋଲୁ, ବିଜେଡିର ଜବାବ- ଲୋକଙ୍କ ହିତ ଆଗ

8/08/2020 at 2:48 PM

ଭୁବନେଶ୍ବର ୮।୮: ରାଜ୍ୟର ଶ୍ରୀମନ୍ଦିର ସହ ଅନ୍ୟ ମନ୍ଦିର ଖୋଲିବାକୁ ଦାବି କରିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର । କଟକଣା ଭିତରେ ରଥଯାତ୍ରା ହେଲା, ଠାକୁର ଦର୍ଶନ କାହିଁକି ହେବନି ବୋଲି ବିଜୟ ପ୍ରଶ୍ନ କରିଛନ୍ତି । ଦେଶରେ ସବୁଠି ମନ୍ଦିର ଖୋଲିଲାଣି । ହେଲେ ଓଡିଶାରେ ମନ୍ଦିର ଖୋଲିବାରେ କଟକଣା ରହିଛି । କଟକଣା ଭିତରେ ଯଦି ରଥଯାତ୍ରା ହେଲା ତାହାଲେ କଟକଣାରେ ମନ୍ଦିର ଦର୍ଶନ ହେଇପାରିବନି କାହିଁକି ବୋଲି ସେ କହିଛନ୍ତି । ଓଡିଶା ଲୋକ ମନ୍ଦିର ଦର୍ଶନ କଲେ ମାନସିକ ଶାନ୍ତି ପାଆନ୍ତି । ତେଣୁ ସବୁ ମନ୍ଦିର ଖୋଲୁ ବୋଲି ବିଜୟ ଦାବି କରିଛନ୍ତି । ପୁରୀ ଜଗନ୍ନାଥ ମନ୍ଦିର ଓ ଜିଲ୍ଲାର ଆଉ ଯେଉଁ ମନ୍ଦିର ସବୁ ଅଛି ତାକୁ ଖୋଲାଯାଉ ବୋଲି ସେ ଦାବି କରିଛନ୍ତି ।

ସେହିପରି ମନ୍ଦିର ଖୋଲିବାକୁ କଂଗ୍ରେସ ନେତା ସୁରେଶ ରାଉତରାୟ ମଧ୍ୟ ଦାବି କରିଛନ୍ତି । ସାରା ଦେଶରେ ମନ୍ଦିର ଖୋଲାଗଲାଣି, ଓଡ଼ିଶାରେ ବି ଖୋଲୁ ବୋଲି ସୁର ଦାବି କରିଛନ୍ତି । ଅନଲାଇନରେ ମନ୍ଦିର ଦର୍ଶନ ଠିକ୍ ନୁହେଁ ବୋଲି ସେ କହିଛନ୍ତି । ପ୍ରଥମେ ପୁରୀବାସୀଙ୍କୁ ମନ୍ଦିର ଦର୍ଶନ ସୁବିଧା ମିଳୁ । ପରେ ଅନ୍ୟ ଲୋକଙ୍କୁ ଅନୁମତି ଦିଆଯାଉ ବୋଲି ସୁର ରାଉତରାୟ କହିଛନ୍ତି ।

ତେବେ ଏହା ଉପରେ ପ୍ରତିକ୍ରିୟା ରଖିଛି ବିଜେଡି । ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି କାହା ଜିଦରେ ମନ୍ଦିର ଖୋଲେନାହିଁ । କାହା ଜିଦରେ ମଧ୍ୟ ସରକାର ଚାଲେନି । ଲୋକଙ୍କ ହିତ ପାଇଁ ଯାହା ଆବଶ୍ୟକ ସରକାର କରିବେ ।

   Related Posts