୨୮ ରୁ ଖୋଲିବ ଭଦ୍ରକର ସମସ୍ତ ଧର୍ମାନୁଷ୍ଠାନ, ୩ରୁ ଦର୍ଶନ କରିବେ ସାଧାରଣଲୋକ ; ସ୍ୱତନ୍ତ୍ର ତାରିଖ ଘୋଷଣା କଲା ଜିଲ୍ଲା ପ୍ରଶାସନ

Published By : Prameya-News7 Bureau | December 22, 2020 IST

ଭଦ୍ରକ ୨୨।୧୧ : କୋଭିଡ଼ କଟକଣା ମଧ୍ୟରେ ଜାନୁୟାରୀ ୩ରୁ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ ।  ଦର୍ଶନ ପାଇଁ ସ୍ୱତନ୍ତ୍ର ତାରିଖ ନିର୍ଦ୍ଧାରଣ କରିଛି ପ୍ରଶାସନ । କିନ୍ତୁ ନୂଆ ବର୍ଷରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଉପରେ କଟକଣା ଲଗାଯାଇଛି । ଏନେଇ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି କରାଯାଇଛି ।

{"id":381030,"sizeSlug":"large","linkDestination":"none"}

ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଆଖଣ୍ଡଳମଣିଙ୍କ ପୀଠରେ ସାଧାରଣ ଦର୍ଶନ ପାଇଁ ଜିଲ୍ଲାପାଳ ଟୁଇଟ ଯୋଗେ ସୂଚନା ଦେଇଛନ୍ତି । ଡିସେମ୍ବର ୨୮ ଓ ୨୯ ତାରିଖରେ ସେବାୟତଙ୍କ ସମେତ ତାଙ୍କ ପରିବାର ଲୋକେ ଦର୍ଶନ କରିପାରିବେ । ସେହିପରି ଡିସେମ୍ବର ୩୦ ଓ ୩୧ ତାରିଖରେ ଆଖପାଖ  ପଞ୍ଚାୟତ ଆରଡି, ଓଳଗ, ସୁନ୍ଦରପୁର , ନାନ୍ଦପୁର ଓ ସ୍ଥାନୀୟ ଲୋକଙ୍କ ଦର୍ଶନ ପାଇଁ ସୁଯୋଗ ମିଳିବ ।

{"id":381035,"sizeSlug":"large","linkDestination":"none"}

ତେବେ ଜାନୁଆରୀ ୧ ଓ ୨ରେ ମନ୍ଦିର ବନ୍ଦ ରହିବାକୁ ଥିବା ବେଳେ ପୁଣି ଜାନୁଆରୀ ୩ ତାରିଖ ଠାରୁ କୋଭିଡ କଟକଣା ମଧ୍ୟରେ ସାଧାରଣଲୋକ ବାବାଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ। ସେହିପରି ଜିଲ୍ଲାର ଅନ୍ୟ ସମସ୍ତ ଧର୍ମାନୁଷ୍ଠାନ ଜାନୁୟାରୀ ମାସ ୩ ତାରିଖରୁ କୋଭିଡ଼ କଟକଣା ମଧ୍ୟରେ ଖୋଲିବା ସହ ଶ୍ରଦ୍ଧାଳୁ ଦର୍ଶନ କରିପାରିବେ ବୋଲି ଜିଲ୍ଲା ପ୍ରଶାସନ  ପକ୍ଷରୁ ସୂଚନା ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.