ଦୀର୍ଘ ୯ ମାସ ପରେ ପୁଣି ଯୋଡିଲା ଭକ୍ତ-ଭଗବାନଙ୍କ ଡୋରି ; ଖୋଲିଲା ମନ୍ଦିର ଓ ଧର୍ମାନୁଷ୍ଠାନ, ମାନିବାକୁ ପଡିବ କୋଭିଡ଼ ଗାଇଡଲାଇନ୍

Published By : Prameya-News7 Bureau | January 05, 2021 IST

ବାରିପଦା ୦୫।୦୧:  ଦୀର୍ଘ ୯ ମାସ ପରେ ପୁଣି ଯୋଡିଲା ଭକ୍ତ-ଭଗବାନଙ୍କ ଡୋରି । ଭକ୍ତ ଓ ଭଗବାନଙ୍କ ହେଲା ମିଳନ । ୯ ମାସ ଅପେକ୍ଷାର ଅନ୍ତ ପରେ ଆଜିଠାରୁ ଖୋଲିଲା ବାରିପଦାର ଦ୍ବିତୀୟ ଶ୍ରୀକ୍ଷେତ୍ର ଶ୍ରୀଶ୍ରୀ ହାରିବଳଦେବଜୀଉ ବିଜେ ମହାପ୍ରଭୁଙ୍କ ମନ୍ଦିର, ମା ଅମ୍ବିକା ଙ୍କ ଶକ୍ତିପୀଠ ସମେତ ମୟୂରଭଞ୍ଜ ଜିଲ୍ଲାର ୧୫୩ଟି ଅନ୍ୟାନ୍ୟ ମଠ ମନ୍ଦିର ।

{"id":387287,"sizeSlug":"large","linkDestination":"none"}

 ମନ୍ଦିର ଖୋଲିବା ପରେ  ଚାଲିଛି ପୂଜା ଅର୍ଜନା ।  ଦୀର୍ଘ ୯ ମାସର ବ୍ୟବଧାନ ପରେ ଆଜି ପ୍ରଥମଥର ପାଇଁ ମନ୍ଦିର ଖୋଲିଛି । ମନ୍ଦିର ସମ୍ମୁଖ ଫୁଲରେ ସଜାଯାଇଛି, କରୋନା ନିୟମ ମାନି ଭକ୍ତ ମାନେ ଜଣେ ଜଣେ କରି ମନ୍ଦିର ଭିତରକୁ ପ୍ରବେଶ କରିବା ସହ ପୂଜା ଅର୍ଚ୍ଚନା ଚାଲିଛି । ଯୁବପିଢୀ ମାନେ ମଧ୍ୟ ମା ଙ୍କ ଦର୍ଶନ ପାଇଁ ବହୁତ ବ୍ୟାକୁଳ ଥିବା କହିଛନ୍ତି  ।

{"id":387288,"sizeSlug":"large","linkDestination":"none"}

ରାଜ୍ୟ ସରକାରଙ୍କ ଅନୁମତି ପରେ ସମଗ୍ର ରାଜ୍ୟରେ ବିଭିନ୍ନ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତ ମାସ ୩ ତାରିଖରେ ବିଭିନ୍ନ ଜିଲ୍ଲାରେ ମନ୍ଦିର ଓ ମଠ ଖୋଲାଯାଇଛି । ବାରିପଦା ସମେତ ଜିଲ୍ଲାର ୪ ଟି ଉପଖଣ୍ଡ ର ୧୫୩ଟି ମଠମନ୍ଦିର ଖୋଲାଯାଇଛି । ତେବେ ଭକ୍ତମାନେ କୋଭିଡ ନିୟମ ଅନୁସାରେ ମାଙ୍କୁ ଦର୍ଶନ ସହିତ ମନ୍ଦିରରେ ପ୍ରବେଶ ପୂର୍ବରୁ ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ କରାଯାଇଛି । ସେହିପରି  ସାମାଜିକ ଦୂରତା ରଖି ପ୍ରଭୁଙ୍କ ଦର୍ଶନ କରିବାକୁ ବାରିପଦା ତହସିଲଦାର ରାମଚନ୍ଦ୍ର ସରେନ ସୂଚନା ଦେଇଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.