ଦୀର୍ଘ ୮ମାସ ପରେ ଖୋଲିଲା ମନ୍ଦିର, କୋଭିଡ଼ କଟକଣା ମାନିବାକୁ ନିର୍ଦ୍ଦେଶ

Published By : Prameya-News7 Bureau | January 03, 2021 IST

ଅନୁଗୁଳ ୦୩।୦୧: ଖୋଲିଲା ଅନୁଗୁଳ ଶୈଳଶ୍ରୀକ୍ଷେତ୍ରର ଦ୍ୱାର । ଆଜି ସକାଳ ୮ଘଟିକା ସମୟରେ ଦ୍ୱାର ଫିଟା ଯାଇଥିଲା । ଦୀର୍ଘ 8 ମାସ ପରେ ଠାକୁରଙ୍କ  ଦର୍ଶନ ପାଇଛନ୍ତି ଭକ୍ତ ଏବଂ ଶ୍ରଦ୍ଧାଳୁ। ଏଥିପାଇଁ ବହୁ ସମୟ ଧରି ଅରୁଣ ସ୍ତମ୍ବ ନିକଟରେ ଭକ୍ତ ବ୍ୟାକୁଳ ହୋଇ ଅପେକ୍ଷା କରିଥିଲା। ଜୟ ଜଗନ୍ନାଥ ଧ୍ଵନିରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା।

କୋଭିଡ କଟକଣା ଭିତରେ ଦ୍ବାର ଫିଟିଛି। ପ୍ରଥମେ ଦ୍ବାର ସମ୍ମୁଖକୁ ସାନିଟାଇଜ କରାଯାଇଥିଲା। ପରେ ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କୁ ମନ୍ଦିର ପ୍ରବେଶ କରିବା ପାଇଁ ଅନୁମତି ଦିଆଯାଇଥିଲା । କିନ୍ତୁ ଏହାପୂର୍ବରୁ ହାତକୁ ସାନିଟାଇଜ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ମନ୍ଦିର ଭିତରକୁ କୌଣସି ଭୋଗ ନେବାପାଇଁ ବାରଣ ହୋଇଛି। ମନ୍ଦିର ଭିତରେ ଜଣେ ଅନ୍ୟ ଜଣଙ୍କ ଠାରୁ ୬ ଫୁଟ ଦୂରତା ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି  ଅଯଥାରେ ମନ୍ଦିର ଭିତରେ ଗହଳି ନ କରିବା ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତିଦିନ ମନ୍ଦିର ସକାଳ ୮ଟାରୁ ୧୧ ଟା ପର୍ଯ୍ୟନ୍ତ ଖୋଲାହେବାକୁ ଥିବା ବେଳେ ଅପରାହ୍ନରେ ୫ଟାରୁ ରାତି ୭ଟା ପର୍ଯ୍ୟନ୍ତ ଖୋଲା ରହିବ । ଏକାଥରକେ ୫୦ଜଣ ମନ୍ଦିର ଭିତରେ ପ୍ରବେଶ କରିପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.