ମନ୍ଦିର ଦର୍ଶନ ବେଳେ ଜିଲ୍ଲାପାଳ ଏବଂ ସାଧାରଣ ଲୋକଙ୍କ ପାଇଁ ନିୟମ ଭିନ୍ନ ? ବଚ୍ଚନ ପରିବାରର ପୁରୋହିତଙ୍କୁ ନିର୍ଧୁମ ଛେଚିଲା ପୋଲିସ, ଭାଇରାଲ୍‌ ଭିଡିଓରେ ପୂରା ମାମଲା

Published By : Prameya-News7 Bureau | June 20, 2021 IST

ଲକ୍ଷ୍ନୌ ୨୦/୬: ସପ୍ତାହାନ୍ତ ଲକଡାଉନ୍‌ ସମୟରେ ମନ୍ଦିରରେ ସଧାରଣ ଦର୍ଶନ ବନ୍ଦ ଥିବା ବେଳେ ଜିଲ୍ଲାପାଳ ଏବଂ ପରିବାରଙ୍କ ପାଇଁ ନିୟମ ନାହିଁ । ଏମିତି ଏକ ଘଟଣା ବିନ୍ଧ୍ୟାଚଳରେ ଥିବା ମା ବିନ୍ଧ୍ୟାବାସିନୀ ମନ୍ଦିରରେ ଦେଖିବାକୁ ମିଳିଛି। ରବିବାର ପୋଲିସ ଏବଂ ପୁରୋହିତଙ୍କ ମଧ୍ୟରେ ସଂଘର୍ଷ ମଧ୍ୟ ହୋଇଛି। ପୋଲିସ ଅମିତାଭ ବଚ୍ଚନଙ୍କ ପରିବାରର ପୁରୋହିତଙ୍କୁ ନିର୍ଧୁମ ମାଡ଼ ମାରିଥିବା ନେଇ ଭିଡିଓ ଭାଇରାଲ ହୋଇଛି।

ଓ୍ବିକେଣ୍ଡ ଲକ୍‌ଡାଉନ୍‌ରେ ପଡ଼ୋଶୀ ଜିଲ୍ଲାର ଡିଏମ ଏବଂ ପରିବାର ମନ୍ଦିରରେ ଦର୍ଶନ କରିଥିଲେ। ଏଥିରେ ପୋଲିସ ମଧ୍ୟ ସହ​‌ଯୋଗ କରିଥିଲା। ଏହା ଦେଖିବା ପରେ ପୁରୋହିତ ନିଜ ଯଜମାନଙ୍କୁ ମଧ୍ୟ ମନ୍ଦିରରେ ପ୍ରବେଶ କରାଇଥିଲେ। ଏହାକୁ ନେଇ ସେଠାରେ ଉପସ୍ଥିତ ପୋଲିସ ପୁରୋହିତଙ୍କୁ ଘେରିଯାଇ ଗୋଇଠା ବିଧା ମାରିଥିଲେ। ଯାହାର ଏକ ଭିଡିଓ ଏବେ ଭାଇରାଲ୍‌ ହେଉଛି।

ରାଜ୍ୟ ସରକାରଙ୍କ ଗାଇଡ୍‌ଲାଇନ୍‌ ଅନୁସାରେ ଶନିବାର ଏବଂ ରବିବାର ମା ବିନ୍ଧ୍ୟାବାସିନୀଙ୍କ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିଛି । କେବଳ ମନ୍ଦିର ପୁରୋହିତ ପୂଜା ପାଠ ପାଇଁ ପ୍ରବେଶ କରୁଛନ୍ତି। କିନ୍ତୁ ରବିବାର ସକାଳ ୧୧ଟାରେ ଚନ୍ଦୌଲୀର ଡିଏମଙ୍କ ପରିବାରକୁ ପୋଲିସ ମନ୍ଦିରରେ ପ୍ରବେଶ ପାଇଁ ଛାଡ଼ିଥିଲା। ଏହା ପରେ ତୀର୍ଥ ପୁରୋହିତ ଅମିତ ପାଣ୍ଡେୟ ନିଜର ଯଜମାନଙ୍କୁ ମାଙ୍କ ଦର୍ଶନ କରାଇବାକୁ ଭିତରକୁ ପ୍ରବେଶ କରାଇଥିଲେ। ଏହାକୁ ନେଇ ପୁରୋହିତ ଏବଂ ପୋଲିସ କର୍ମୀଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ପରେ ପୁରୋହିତଙ୍କୁ ଘେରି ପୋଲିସ ମାଡ଼ ମାରିଥିଲା।

wp:embed {"url":"https://twitter.com/Live_Hindustan/status/1406574719374037003","type":"rich","providerNameSlug":"twitter","responsive":true,"className":""}
https://twitter.com/Live_Hindustan/status/1406574719374037003
/wp:embed

ଏହାକୁ ନେଇ ପଣ୍ଡା ସମାଜର ପୂର୍ବତନ ଅଧ୍ୟକ୍ଷ ରାଜନ ପାଠକ ଘୋର ନିନ୍ଦା କରିଛନ୍ତି। ମନ୍ଦିରରେ ସମସ୍ତ ଦର୍ଶନାର୍ଥୀ ସମାନ। କାହା ସହିତ ଭେଦଭାବ ନହେବା ଉଚିତ ବୋଲି ସେ କହିଛନ୍ତି। ଅମିତ ପାଣ୍ଡେୟ ବଚ୍ଚନ ପରିବାର ସମେତ କଂଗ୍ରେସର ଗାନ୍ଧୀ ପରିବାରର ପୁରୋହିତ। ଗତବର୍ଷ ପ୍ରିୟଙ୍କା ଗାନ୍ଧୀଙ୍କୁ ଅମିତଙ୍କ ପରିବାର ସଦସ୍ୟ ଦର୍ଶନ ଏବଂ ପୂଜନ କରାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.