ଷଣ୍ଢ ଲଢେଇରେ ଭାଙ୍ଗିଲା ମନ୍ଦିର ଖୁଣ୍ଟ, ଭୁଶୁଡ଼ିଲା ତାଜା: କଂକ୍ରିଟ୍ ଖଣ୍ଡ ପଡ଼ି ଗୋଟିଏ ଷଣ୍ଢର ଜୀବନ ଗଲା

Published By : Prameya-News7 Bureau | December 15, 2018 IST

wp:core-embed/youtube {"url":"https://www.youtube.com/watch?v=6khm0RPEKEs","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=6khm0RPEKEs
/wp:core-embed/youtube

ସୋର୧୫|୧୨ : ଷଣ୍ଢ ଲଢେଇରେ ଭାଙ୍ଗିଲା ମନ୍ଦିର ଖୁଣ୍ଟ, ଭୁଶୁଡ଼ିଲା ତାଜା । କଂକ୍ରିଟ୍ ଖଣ୍ଡ ପଡ଼ି ଗୋଟିଏଷଣ୍ଢର ଜୀବନ ଗଲା । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ସିମୁଳି ବ୍ଲକ ମଇତାପୁରଗାଁରେ । ଗୁରୁବାର ସଂଧ୍ୟାରେ ଲାଗିଥିଲା ଷଣ୍ଢ ଲଢେଇ । ଏଥିରେ ଆହତ ଷଣ୍ଢଟି ଆଜି ପ୍ରାଣ ହରାଇଛି। ଭଜନକୀର୍ତ୍ତନ କରି ଗାଁ ଲୋକେ ତାର ସମାଧି ଦେବା ସହ ଅନ୍ତେଷ୍ଟି କ୍ରିୟା କରିବାକୁ ପ୍ରସ୍ତୁତିଚଳାଇଛନ୍ତି।…

{"id":64077}

ଲାଗିଥିଲା ଦୁଇ ଷଣ୍ଢଙ୍କ ମଧ୍ୟରେ ଲଢେଇ ।…ପୂରା ଜୀ ଜାନ ଲଗେଇ ଲଢୁଥିଲେ ଦୁଇ ଷଣ୍ଢ ।… କେହି କାହାକୁ ଛାଡ଼ିବା ପାଇଁ ନାରାଜ… କେତେବେଳେ କାଳିଆଟେକି କଚାଡ଼ି ଦେଉଥିଲା ତ ଆଉ କେତେବେଳେ ମାଡ଼ି ଯାଉଥିଲା କସରା ।… ଗୁରୁବାର ସଂଧ୍ୟାରେ ଦୁଇଟି ଷଣ୍ଢମଧ୍ୟରେ ଏମିତି ଜୋରଦାର ଲଢେଇ ଲାଗିଥିଲା ବାଲେଶ୍ବର ଜିଲ୍ଲା ମଇତାପୁର ମୁନିପଦା ପଡ଼ିଆରେ ।…

{"id":64074}

ଦୀର୍ଘ ଏକ ଘଣ୍ଟାରୁ ଅଧିକ ସମୟ ଧରି ଉଭୟଙ୍କ ମଧ୍ୟରେ ଘମାଘୋଟ ଲଢେଇ ଲାଗିଥିଲା।ପଡ଼ିଆ ସାରା ଲଢେଇ ଲାଗିଲାଗି ଉଭୟ ପହଞ୍ଚିଥିଲେ ତାରିଣୀ ମନ୍ଦିର ନିକଟରେ।… ମନ୍ଦିର ନିକଟରେ ପ୍ରଥମଧକ୍କାରେ ସାମ୍ନା ପଟର ଖୁଣ୍ଟ ଭାଙ୍ଗିଲା, ଆଉ ଭୁଶୁଡ଼ି ପଡ଼ିଲା ମନ୍ଦିରର ତାଜା । ଯାହା ହେଉ ଅଳ୍ପକେବର୍ତ୍ତୀଗଲେ ଷଣ୍ଢ ଦୁଇଟି ।…

{"id":64075}

ଏହାସତ୍ବେ ବି କାଳିଆ, କଷରା ଷଣ୍ଢଙ୍କର ଲଢେଇ ଥମିବାର ନାଁ ଧରୁନଥିଲା । ଏପଟେ ଗାଁ ଲୋକେ ଉଭୟଙ୍କୁ ଛଡ଼ାଇବାପାଇଁ ଚେଷ୍ଟା କରୁଥିଲେ ମଧ୍ୟ କୌଣସି ଫରକ ପଡୁନଥିଲା। ସାମ୍ନା ପଟ ତାଜା ଭାଙ୍ଗିବାର କିଛି ସମୟ ପରେଉଭୟ ଚାଲିଯାଇଥିଲେ ଗୋଟିଏ କଡ଼କୁ । ଏଥର ଭାଙ୍ଗିଲା ଆଉ ଏକ ଖୁଣ୍ଟ, ଭୁଷୁଡ଼ିପଡ଼ିଲା ତାଜା । ହେଲେଏଥର ବଡ଼ବଡ଼ କଂକ୍ରିଟ୍ ଖଣ୍ଡ ସବୁ ଗୋଟିଏ ଷଣ୍ଢ ଉପରେ ପଡ଼ିଲା । ସେଠାରୁ ଷଣ୍ଢଟି ଆଉ ବାହାରି ପାରିଲାନାହିଁ। ବହୁ ଚେଷ୍ଟା କରି ଗାଁ ଲୋକେ ଗୁରୁତର ଷଣ୍ଢଟିର ଚିକିତ୍ସା କରାଇଥିଲେ ।

{"id":64076}

ହେଲେ ଶନିବାର ଲକାଳେତାର ମୃତ୍ୟୁହେଲା। ଷଣ୍ଢଟିକୁ ଧଳାଚାଦରରେ ଘୋଡାଇ ଭଜନକୀର୍ତ୍ତନ କରି ଗ୍ରାମବାସୀ ସମାଧିଦେଇଛନ୍ତି। ମୃତ ଷଣ୍ଢର ଅନ୍ତେଷ୍ଟି କ୍ରିୟା କରିବା ପାଇଁ ଚଳାଇଛନ୍ତି ପ୍ରସ୍ତୁତି। 

{"id":64079,"width":551,"height":813}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.