ଭଗବାନ ଯେତେ ବେଳେ ଦିଅନ୍ତି ଛପର ଫାଡି ଦିଅନ୍ତି... ମନ୍ଦିରର କ୍ଲର୍କ ହେଲେ କୋଟି ପତି, ୩୦୦ ଟଙ୍କା ଟିକେଟ୍‌ରେ ଜିତିଲେ ୧୨ କୋଟି ଟଙ୍କାର ଲଟେରୀ

Published By : Prameya-News7 Bureau | September 22, 2020 IST

କୋଚି ୨୨।୦୯: କୁହନ୍ତି ଭଗବାନ ଯେତେ ବେଳେ ଦିଅନ୍ତି ଛପର ଫାଡି ଦିଅନ୍ତି। ଏମିତି ଏକ ଘଟଣା କୋଚିରେ ଦେଖିବାକୁ ମିଳିଛି। ଏଠାରେ ୨୪ ବର୍ଷୀୟ ଅନନ୍ତୁ ବିଜୟନ ୧୨ କୋଟି ଟଙ୍କାର ଲଟେରୀ ଜିତିଛନ୍ତି। ଅନନ୍ତୁ ବିଜୟନ କୋଚିରେ ଏକ ମନ୍ଦିରରେ କ୍ଲର୍କ ଚାକିରି କରୁଛନ୍ତି। ସେ କହିଛନ୍ତି ମୁଁ ଓଣାମ ବମ୍ପର ଲଟେରୀର ୩୦୦ ଟଙ୍କାର ଟିକେଟ୍ କାଟିଥିଲି। ଏବେ ଲଟେରୀ ଜିତିଛି। ଟ୍ୟାକ୍ସ କଟିବା  ପରେ ୭.୫ କୋଟି ଟଙ୍କା ମୁଁ ପାଇବି।

ସୂଚନା ଅନୁଯାୟୀ ଅନନ୍ତୁଙ୍କ ପରିବାରର ଆର୍ଥିକ ସ୍ଥିତି ସେତେଟା ସ୍ଵଚ୍ଛଳ ନୁହେଁ। ତାଙ୍କର ଆୟ ମଧ୍ୟ ସେତେଟା ଭଲ ନୁହେଁ ଯେଉଁଥିରେ ପୂରା ପରିବାର ସ୍ଵଚ୍ଛନ୍ଦର ସହ ଚଳିଯିବ। ତାଙ୍କ ବାପା ପେଣ୍ଟର କାମ କରନ୍ତି ଏବଂ ଭଉଣୀ ଏକ ଫାର୍ମରେ ଆକାଉଣ୍ଟାଟ୍ ଥିଲେ ମାତ୍ର ଲକ୍‌ଡାଉନ୍‌ କାରଣରୁ ଭଉଣୀଙ୍କୁ ଚାକିରି ହରାଇବାକୁ ପଡିଛି.

ଅନନ୍ତୁଙ୍କ ଅନୁଯାୟୀ ସଂପ୍ରତି ବାପାଙ୍କ କାମ ମଧ୍ୟ ବିଶେଷ ଖାସ୍ ଚାଲୁନାହିଁ। ରବିବାର କେରଳ ସରକାର ଓଣମ ବମ୍ପର ଲଟେରୀ ୨୦୨୦ର ଫଳାଫଳ ଘୋଷିତ କରିଥିଲେ। ଲଟେରୀ ଜିତିବା ଖବର ଶୁଣି ଆମେ ସମସ୍ତେ ଆଶ୍ଚର୍ଯ୍ୟଚକିତ।  ଆମକୁ ଜଣା ପଡିଲା ଯେ ଆମେ ୧୨ କୋଟି ଟଙ୍କାର ପୁରସ୍କାର ଜିତିଛୁ।

ଏବେ ଅନନ୍ତୁଙ୍କ ପରିବାରର ଜୀବନ ବଦଳିଯିବ। ଅନନ୍ତୁଙ୍କ ପରିବାର ଲକ୍‌ଡାଉନ୍‌ କାରଣରୁ ବହୁତ ସମସ୍ୟା ଦେଇ ଜୀବନଯାପନ କରୁଥିଲେ। ତାଙ୍କ ଘରର ଅବସ୍ଥା ବହୁତ ଶୋଚନୀୟ ଥିଲା।

ଯେତେବେଳେ ତାଙ୍କୁ ପଚରାଗଲା, ଲଟେରୀରେ ଜିତିଥିବା ଟଙ୍କା କଣ କରିବେ। ଉତ୍ତରରେ ଅନନ୍ତୁ କହିଛନ୍ତି ସେ ପର୍ଯ୍ୟନ୍ତ ଭାବି ନାହାନ୍ତି କଣ କରିବେ। ଏତେ ପଇସା ସେ କଣ କରିବେ। ବର୍ତ୍ତମାନ ସୁରକ୍ଷା କାରଣରୁ ସେ ଲଟେରୀର ଟିକେଟ୍‌ ବ୍ୟାଙ୍କରେ ଜମା କରି ଦେଇଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.