ରାମଚଣ୍ଡୀ ମନ୍ଦିରରୁ ଚୋରି, ତାଲା ଭାଙ୍ଗି ସୁନା ଅଳଙ୍କାର ଲୁଟ୍

Published By : Prameya-News7 Bureau | January 23, 2021 IST

କେନ୍ଦ୍ରାପଡ଼ା ୨୩।୧ : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ରାମନଗର ସ୍ଥିତ ମା’ ରାମଚଣ୍ଡୀ ମନ୍ଦିରରୁ ଚୋରି ହୋଇଛି । ଶୁକ୍ରବାର ବିଳମ୍ବିତ ରାତ୍ରିରେ ମନ୍ଦିରରୁ ଚୋରମାନେ ସମସ୍ତ ସୁନା ଅଳଙ୍କାର ଲୁଟି ନେଇଛନ୍ତି ।

ସୂଚନାନୁସାରେ, ମହାକାଳପଡା ଜମ୍ବୁ ସାମୂଦ୍ରିକ ଥାନା ଅନ୍ତର୍ଗତ ରାମନଗରଠାରେ ଅବସ୍ଥିତ ଦରିଆପାରି ମା’ ରାମଚଣ୍ଡୀଙ୍କ ମନ୍ଦିରରୁ ଚୋରି ହୋଇଛି। ମନ୍ଦିର ମୁଖ୍ୟଦ୍ୱାର କବାଟ ତାଡି ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟ୍ ହୋଇଛି । ଏନେଇ ଥାନାରେ ଅଭିଯୋଗ କରିଛି।

 ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ କରୁଛି। ଯଥାଶୀଘ୍ର ଅଭିଯୁକ୍ତକୁ ଧରାଯିବ ବୋଲି ଥାନାଧିକାରୀ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.