Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ଆଜିଠୁ ବଢିବ ତାତି : ଏପ୍ରିଲ ପହିଲା ବେଳକୁ ୪୦ ଡିଗ୍ରୀ ଟପିବ ତାପମାତ୍ରା

27/03/2020 at 9:29 AM

ଭୁବନେଶ୍ବର ୨୭।୩: ସାରା ରାଜ୍ୟରେ ତାତି ବଢିବ । ଏପ୍ରିଲ ପହିଲା ବେଳକୁ ରାଜ୍ୟର ଅଧିକାଂଶ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ ଟପିବ ବୋଲି ପୂର୍ବାନୁମାନ କରାଯାଉଛି । ତେବେ ଆସନ୍ତା ଦୁଇ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍‌ ବଢିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି ।

ଚଳିତ ମାସ ୩୦ ଓ ୩୧ ତାରିଖ ରାଜ୍ୟର କେତେକ ସ୍ଥାନରେ ଉପରବେଳା କାଁ ଭାଁ ବର୍ଷା ହେବାର ସମ୍ଭାବନା ରହିଛି । ଗୋଟିଏ ଦୁଇଟି ସ୍ଥାନରେ ପବନ ସହ ଘଡଘଢି ବର୍ଷା ହେବାର ଆଶଙ୍କା ରହିଛି । ବର୍ଷା ହେଲେ ମଧ୍ୟ ଗରମରୁ ନିସ୍ତାର ନାହିଁ । ତା’ ପରଦିନଠାରୁ ପୁଣି ଗରମ ବଢିବ ବୋଲି କୃଷି ପାଣିପାଗବିତ୍‌ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ।

ଉପକୂଳ ସମେତ ଦକ୍ଷିଣ ଓଡିଶାର ସର୍ବାଧିକ ତାପମାତ୍ରା ୨୮ ତାରିଖ ବେଳକୁ ୩୮ରୁ ୩୯ ଡିଗ୍ରୀ ସେଲସିୟସରେ ପହଞ୍ଚିବ । ୩୧ ବେଳକୁ ୪୦ ଡିଗ୍ରୀ ସେଲସିୟସ୍‌ ଛୁଇଁବ । ଏପ୍ରିଲ ୨ରେ ୪୧ ଡିଗ୍ରୀ ସେଲସିୟସ୍‌ ରହିବ । ୩ ରେ ସାମାନ୍ୟ କମିବ । ରାତିର ସର୍ବନିମ୍ନ ତାପମାତ୍ରା ୨୮ରୁ ୩୦ ଡିଗ୍ରୀ ସେଲସିୟସ୍‌ ଭିତରେ ରହିବ । ପରେ ୨ ଡିଗ୍ରୀ ସେଲସିୟସ୍‌ ବଢିବ । ତାପରେ ପାଗ ଅପରିବର୍ତ୍ତିତ ରହିବ ।

ଗୁରୁବାର ବଲାଙ୍ଗୀର ଓ ସୋନପୁରର ସର୍ବାଧିକ ତାପମାତ୍ରା ୩୮ ଡିଗ୍ରୀ ସେଲସିୟସ୍‌ ଛୁଇଁଥିଲା । ସେହିପରି ଅନୁଗୁଳରେ ୩୭.୭, ବୌଦ୍ଧ ଓ ଟିଟିଲାଗରେ ୩୭.୫, ବାରିପଦା ଓ ନୟାଗଡରେ ୩୭ ଡିଗ୍ରୀ ଥିବା ବେଳେ ଭୁବନେଶ୍ବର, କଟକ ସମେତ ରାଜ୍ୟର ଅଧିକାଂଶ ସହରର ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ୍‌ ଟପିଥିଲା ।

   Related Posts