ତତଲା ତାଓ୍ବା ପାଲଟିଛି ଟିଟିଲାଗଡ, ଖରାରେ ସିଝୁଛନ୍ତି ଲୋକେ

Published By : Prameya-News7 Bureau | May 19, 2019 IST

ଟିଟିଲାଗଡ ୧୯|୫: ଖରାରେ ସିଝୁଛି ତାତିର ସହର ଟିଟିଲାଗଡ । ଦିନ ତମାମ ଟାଇଁ ଟାଇଁ ଖରା ଓ ଝାଞ୍ଜି ପବନରେ ଅସ୍ତବ୍ୟସ୍ତ ହୋଇପଡୁଛି ଜନଜୀବନ । ସତେ ଯେମିତି ତତଲା ତାଓ୍ବା ପାଲଟି ଯାଇଛି । ଘରେ ନା ବାହାରେ ରହିବା ହୋଇ ପଡୁଛି ମୁସ୍କିଲ । ଦିନକୁ ଦିନ ତାତି ବୃଦ୍ଧି ପାଉଥିବାରୁ ଲୋକେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

{"id":113489}

ମୁଣ୍ଡ ଫଟା ଖରା । ମଝିରେ ମଝିରେ ଦେହରେ ବାଜୁଛି ଝାଞ୍ଜି ପବନ । ଶରୀର ପୋଡ଼ିଗଲା ଭଳି ଲାଗୁଛି । ଦିନ ୧୦ ଟା ବାଜିଲେ ସୂର୍ଯ୍ୟଙ୍କ ତାଉ ଆରମ୍ଭ ହେଇଯାଉଛି ।  ଉପର ମୁହାଁ ପାରଦ ୪୫ ତଳକୁ ଖସୁନି ।

{"id":113491}

ସୂର୍ଯ୍ୟ ଦେବତା ଅଘୋଷିତ କର୍ଫ୍ୟୁ ଲଗାଇଥିବାରୁ ରାସ୍ତା ଘାଟ ଶୂନଶାନ । ନିହାତି ଦରକାର ହେଲେ ଛତା, ଟୋପି, ଓଦା ଗାମୁଛା, କଳା ଚଷମା ଧରି ବାହାରୁଛନ୍ତି ଲୋକେ । ଅପରାହ୍ନ ୫ଟା ଯାଏଁ ନିସ୍ତାର ନାହିଁ । କୁଲର, ଏସି ନହେଲେ ନଚଳେ ଏଠି ।

{"id":113494}

ରାଜ୍ୟର ସବୁଠୁ ଉତ୍ତର ସହର ପାଲଟିଛି ଟିଟିଲାଗଡ । ସହର ସ୍ଥିତ ଲଣ୍ଡା ପାହାଡରୁ ବିକିରଣ ଘଟି ସହରର ତାତି ବଢୁଛି ବୋଲି ଅନେକ କହୁଛନ୍ତି  । ତେବେ ଏହା ଏକ ମାତ୍ର କାରଣ ନୁହେଁ ବୋଲି କହିଛନ୍ତି ପରିବେଶବିତ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.