Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||
  • ଭୁବନେଶ୍ବର : ସାଲିଆ ସାହିରୁ ୫ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ, ୯ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୬ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||

ସମ୍ବଲପୁରରେ ୪୫ଡିଗ୍ରୀ ଉପରେ ରହୁଛି ପାରଦ, ଅଂଶୁଘାତ ରୋଗୀଙ୍କ ପାଇଁ ଡାକ୍ତରଖାନାରେ ନାହିଁ ଉପଯୁକ୍ତ ବ୍ୟବସ୍ଥା

28/05/2019 at 3:58 PM

ସମ୍ବଲପୁର ୨୮|୫: ସମ୍ବଲପୁରରେ ଗତ ୧୦ଦିନ ହେଲା ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି । ପାରଦ ୪୫ଡିଗ୍ରୀରୁ ୪୬ଡିଗ୍ରୀ ମଧ୍ୟରେ ରହୁଛି । ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ସ୍ବତନ୍ତ୍ର କୋଠରୀ ପ୍ରସ୍ତୁତ କରିବା ସହ ଗର୍ଭବତୀ ଓ ନବଜାତ ଶିଶୁଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ରହିଛି । ହେଲେ ସମ୍ବଲପୁରରେ ପ୍ରତିଦିନ ଦୁଇରୁ ଅଧିକ ବ୍ୟକ୍ତି ଅଂଶୁଘାତରେ ଆକ୍ରାନ୍ତ ହୋଇ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହେଉଛନ୍ତି । ପ୍ରବଳ ଗ୍ରୀଷ୍ମପ୍ରବାହ ସାଙ୍ଗକୁ ଘଣ୍ଟାଘଣ୍ଟା ବିଦ୍ୟୁତ କାଟ୍‌, ଲୋକଙ୍କ ଜୀବନକୁ ଦୁର୍ବିସହ କରିଦେଲାଣି ।

ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବାରଣ୍ଡାରେ ପଡି ଜଣେ ଅଂଶୁଘାତ ରୋଗୀ ଛଟପଟ ହେଉଛନ୍ତି । ବସ୍‌ରେ ଯାଉଥିବା ସମୟରେ ଅଂଶୁଘାତର ଶିକାର ହୋଇଥିଲେ ରେଢାଖୋଲର ଜଣେ ବ୍ୟକ୍ତି । ଡାକ୍ତରଖାନାକୁ ଆଣିବା ପରେ, ତାଙ୍କୁ ଷ୍ଟ୍ରେଚର ଉପରେ ଶୁଆଇଦେଇ, ସମସ୍ତେ ଚାଲିଗଲେ।ଡାକ୍ତରଙ୍କ ଦେଖା ନାହିଁ, କି ରୋଗୀଙ୍କୁ ତୁରନ୍ତ ଅଂଶୁଘାତ ଉପଚାର ରୁମ୍‌କୁ ମଧ୍ୟ ନିଆଯାଉନାହିଁ।

ଅଂଶୁଘାତ ରୁମ୍‌ ଭିତରେ ଅବସ୍ଥା ଭିତରେ ଷ୍ଟାଫ୍‌ ନର୍ସ ନିଜ ସହଯୋଗୀଙ୍କ ସହ ଏସି ଅନ୍‌ କରି ବିଶ୍ରାମ ନେଉଛନ୍ତି ।  ସେପଟେ ଜିଲ୍ଲା ପ୍ରଶାସନ ପ୍ରବଳ ଖରାରୁ  ସାଧାରଣ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଜଳଛତ୍ର, ଅସ୍ଥାୟୀ ଛାମୁଣ୍ଡିଆ, ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ଭ୍ୟାନ୍‌, ଏପରି କୌଣସି ବ୍ୟବସ୍ଥା ହାତକୁ ନେଇନାହିଁ ।

କେବଳ ଏତିକି ନୁହଁ, ସହରରେ ଜଳକଷ୍ଟ ବଢିବାରେ ଲାଗିଛି। ଜିଲ୍ଲାପ୍ରଶାସନ କେବଳ, ଗୋଟିଏ ବୈଠକ କରିଦେଇ ନିଜ ଦାୟିତ୍ବ ସାରିଦେଇଛି । ଜିଲ୍ଲାପାଳଙ୍କ ସମେତ ସମସ୍ତ ସରକାରୀ କର୍ମଚାରୀ, ସକାଳୁଆ ଅଫିସ୍‌ ୧୧ଟା ସୁଦ୍ଧା ସାରି ନିଜ କ୍ବାର୍ଟରକୁ ଚାଲିଯାଉଛନ୍ତି । ଏହାପରେ ସାଧାରଣ ଲୋକମାନେ, ପାଣି ପାଇଲେ କି ନାହିଁ, ହିଟ୍‌ୱେଭ୍‌ ୱାର୍ଣ୍ଣିଂର କିପରି ମୁକାବିଲା କରାଯିବା ସେ ନେଇ ପ୍ରଶାସନର କିଛି ବି ଚିନ୍ତା ନାହିଁ।ନିକଟସ୍ଥ ଗାଁ ଗୁଡିକରେ ଅବସ୍ଥା ଆହୁରି ଖରାପ। ହୀରାକୁଦ ନଦୀବନ୍ଧ ନିକଟରେ ଥିବା ସମ୍ବଲପୁର ସମେତ ୨୫ରୁ ଅଧିକ ଗାଁରେ ଜଳକଷ୍ଟ ବଢିବାରେ ଲାଗିଛି ।

ସେହିପରି ବର୍ତ୍ତମାନ ପର୍ଯ୍ୟନ୍ତ ୨୪ଘଣ୍ଟିଆ କଣ୍ଟ୍ରୋଲ୍‌ ରୁମ୍‌ ଖୋଲାଯାଇନାହିଁ। ସେପଟେ ଜଣକ ପରେ ଜଣେ ସାଧାରଣ ଲୋକ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରେ ଅଂଶୁଘାତର ଶିକାର ହୋଇ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହେଉଛନ୍ତି। ହେଲେ ସିଡିଏମ୍‌ଓଙ୍କ ଉତ୍ତର ଏପରି ରୋଗୀ ଡାକ୍ତରଖାନାକୁ ଆସିନାହାଁନ୍ତି ।

ରାଜ୍ୟ ସରକାର ନିର୍ବାଚନ ପୂର୍ବରୁ ଘୋଷଣା କରିଥିଲେ ଯେ, ଚଳିତବର୍ଷ ଖରାଦିନେ ବିଦ୍ୟୁତ୍‌ କାଟ୍ କରାଯିବ ନାହିଁ। ହେଲେ ସରକାରଙ୍କ ଘୋଷଣା କେବଳ ନିର୍ବାଚନ ପର୍ଯ୍ୟନ୍ତ ସୀମିତ ରହିଲା। ଏବେ ପୁଣି ସହରରେ ଦିନକୁ ୪ରୁ ୬ଘଣ୍ଟା ବିଦ୍ୟୁତ୍ କାଟ୍ ହେଉଛି । ଗ୍ରାମାଞ୍ଚଳରେ ଦିନ ଦିନ ଧରି ବିଦ୍ୟୁତର ଦେଖା ମିଳୁନି।

   Related Posts