Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରଥମ ଟି-୨୦ରେ କଙ୍ଗାରୁ ଚିତ୍, ଚମକିଲେ ଭାରତୀୟ ବୋଲର, ଅଷ୍ଟ୍ରେଲିଆକୁ ୧୧ ରନରେ ହରାଇଲା ବିରାଟ ବାହିନୀ
  • ||
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||
  • ଆଜି ପ୍ରଥମ ଟି୨୦ : ଅଷ୍ଟ୍ରେଲିଆକୁ କଡା ଟକ୍କର ଦେବ ଭାରତ, ଓ୍ୱାର୍ଣ୍ଣରଙ୍କ ଅନୁପସ୍ଥିତିର ଫାଇଦା ନେବ ବିରାଟ ବାହିନୀ
  • ||
  • ଜି.ଉଦୟଗିରି : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ଗିରଫ କଲା ପୋଲିସ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପ୍ରାଥମିକ ତଦନ୍ତରୁ ହତ୍ୟା ସନ୍ଦେହ
  • ||
  • ପୋଲିସ୍‌ ଏବଂ ଜୁଆ ଆଡ୍ଡା ମାଲିକଙ୍କ କଥାବାର୍ତ୍ତାର ଅଡିଓ କଲ ଭାଇରାଲ
  • ||

କଳାହାଣ୍ଡିର ତାପମାତ୍ରା ୪୫ ଛୁଇଁଲାଣି, ତତଲା କଡେଇରେ ଭାଜି ହେଉଛନ୍ତି ଲୋକେ

18/05/2019 at 3:48 PM

ଭବାନୀପାଟଣା ୧୮|୫: ସାରା ରାଜ୍ୟରେ ଜାରି ରହିଛି ଗୀଷ୍ମ ପ୍ରବାହ । ମୁଣ୍ଡ ଫଟା ଖରା ସାଙ୍ଗକୁ ଝାଞ୍ଜି ମାଡ଼ରେ ଅସ୍ତବ୍ୟସ୍ତ ଜନ ଜୀବନ । କଳାହାଣ୍ଡିରେ ତାପମାତ୍ରା ୪୫ ଡିଗ୍ରୀ ଛୁଇଁଲାଣି । ତତଲା କଡ଼େଇରେ ଭାଜି ହେଉଛନ୍ତି ଭବାନୀପାଟଣା ଏବଂ ଧର୍ମଗଡ଼ ବାସିନ୍ଦା  । ଏତିକିବେଳେ ପୁଣି ଦାଉ ସାଧୁଛି ଜଳ ଯନ୍ତ୍ରଣା ଏବଂ ଅଘୋଷିତ ବିଦ୍ୟୁତ କାଟ ।

ଆକାଶରୁ ଖସୁଛି ନିଆଁ ଝୁଲ । ଡହ ଡହ ଖରା । ମଝିରେ ମଝିରେ ଆସି ଦେହରେ ବାଜୁଛି ତତଲା ପବନ । ଦେହ, ହାତ ପୋଡ଼ି ଗଲା ଭଳି ଲାଗୁଛି । ପ୍ରଚଣ୍ଡ ରୌଦ୍ର ତାପ ଯୋଗୁଁ ତ୍ରାହି ତ୍ରାହି ଡାକୁଛନ୍ତି କଳାହାଣ୍ଡିବାସୀ । ଭବାନୀପାଟଣା, ଧର୍ମଗଡ଼ରେ ଉପରମୁହାଁ ପାରଦ ୪୫ ଡିଗ୍ରୀ ଛୁଇଁଲାଣି ।

ଦିନ ୧୧ଟା ବେଳକୁ ଲାଗୁଛି ଯେମିତି ଖରା କର୍ଫ୍ୟୁ ଲଗେଇ ଦେଇଛି । ନିହାତି କାମ ଥିଲେ ମୁହଁରେ କପଡ଼ା, ଗାମୁଛା ବାନ୍ଧି ଯାତାୟତ କରୁଛନ୍ତି ଲୋକେ । ଟୋପି, ଚଷମା ନହେଲେ ଘରୁ ବାହାରିବା ମୁସ୍କିଲ । ଗ୍ରୀଷ୍ମ ଲହରୀ ସାଙ୍ଗକୁ ପିଇବା ପାଣି ସମସ୍ୟା ଭିତରେ ଲୋକେ ପେଶି ହେଇଗଲେଣି ।

ଖରା, ପାଣି ସମସ୍ୟା ସହ ହାତ ମିଳାଇଛି ଅଘୋଷିତ ବିଦ୍ୟୁତ କାଟ । ଦିନ ୧୨ ଟାରୁ ୫ଟା ଯାଏଁ ଜିଲ୍ଲାରେ ଅଧତ୍କାଂଶ ଦୋକାନ ବଜାର ବନ୍ଦ ।  ରାସ୍ତାଘାଟ ଶୁନଶାନ । କାଁ ଭାଁ ଲୋକ ଯାତାୟତ କରୁଛନ୍ତି । ତବେ ସବୁ ପ୍ରକାର ଜରୁରୀ ପରିସ୍ଥିତି ପାଇଁ ପ୍ରଶାସନ ପ୍ରସ୍ତୁତ ଥିବା ଧର୍ମଗଡ ଉପ-ଜିଲ୍ଲପାଳ ସୁଚନା ଦେଇଛନ୍ତି  । 

ଗଛ କଟା ପାଇଁ ତାପମାତ୍ରାରେ ଅହେତୁକ ବୃଦ୍ଧି ଘଟୁଥିବା କୁହାଯାଉଛି । ତେଣୁ ବେଳ ଥାଉ ଥାଉ ସଚେତନ ନହେଲେ କଳାହାଣ୍ଡି ଅବସ୍ଥା ବି ଟିଟିଲାଗଡ଼ ପରି ହେବ ।

   Related Posts