ଜଳୁଛି ଓଡିଶା : ଅନେକ ସ୍ଥାନରେ ୪୦ ଡିଗ୍ରୀ ଉପରେ ପାରଦ, ୭ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ସତର୍କ ସୂଚନା

Published By : Prameya-News7 Bureau | April 14, 2019 IST

ଭୁବନେଶ୍ବର ୧୪|୪: ଜଳୁଛି ଓଡିଶା । ସକାଳ ୮ଟା ବାଜିଲେ ଆରମ୍ଭ ହେ।ଇଯାଉଛି ଖରାର ପ୍ରକେ।ପ । ଶନିବାର ଯାଏ ରାଜ୍ୟର ୯ଟି ସହରରେ ପାରଦ ୪୦ ଛୁଇଁଥିବା ବେଳେ ଆହୁରି ଦୁଇ ଦିନ ଅସହ୍ୟ ଗରମ ହେବ । ୧ରୁ ୨ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିବ ବେ।ଲି କହିଲେଣି ପାଣିପାଗ ବିଶେଷଜ୍ଞ

କଲବଲ କଲାଣି ଖରା । ସକାଳ ୮ଟା ବେଳକୁ ଆରମ୍ଭ ହେ।ଇଯାଉଛି ଖରାର ପ୍ରକେ।ପ । ଖରା ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହେ।ଇପଡିଛି ଜନଜୀବନ । ୧୧ଟା ବାଜିଲେ ତ ଘରୁ ବାହାରିବା ମୁସ୍କିଲ । କେବଳ ରାଜଧାନୀ ନୁହେଁ ରାଜ୍ୟର ୯ଟି ସହରରେ ଏବେ ସ୍ଥିତି ଅସମ୍ଭାଳ । ସବୁଠି ୪୦ ଉପରେ ପାରଦ । ଅସହ୍ୟ ଖରାଗରମରେ ସିଝୁଛନ୍ତି ରାଜ୍ୟବାସୀ । ତେବେ ଆହୁରି ୨ଦିନ ତାତି ବଢିବ ବେ।ଲି କହିଛନ୍ତି ପାଣିପାଗ ବିଶେଷଜ୍ଞ । ୧ରୁ ୨ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ତାପାମାତ୍ରା ।

ସେପଟେ ରାଜ୍ୟର ସବୁଠୁ ଉତପ୍ତ ସହର ପାଲଟିଛି ଟିଟିଲାଗଡ​ ଓ ତାଳଚେର । ଟିଟିଲାଗଡରେ ୪୩ ଡିଗ୍ରୀ ଥିବା ବେଳେ ତାଳଚେରରେ ପାରଦ ୪୩.୧ ଡ଼ିଗ୍ରୀରେ ପହଞ୍ଚିଛି । ସକାଳ ୯ ହେଲେ ରାସ୍ତାଘାଟ ଶୂନଶାନ୍ ହେ।ଇଯାଉଛି । ସନ୍ଧ୍ୟା ୫ ଯାଏ ରହୁଛି ଖରାର ପ୍ରକେ।ପ । କୌଣସି କାମ ପାଇଁ ଘରୁ ବାହାରିଲେ ଓଦା ଗାମୁଛା, ଟେ।ପି ଓ ଛତା ନେବାକୁ ଭୁଲୁ ନାହାନ୍ତି ସହରବାସୀ । ଆଉ ଶେ।ଷ ମେଣ୍ଟାଇବାକୁ ଲସି, ଏବଂ ଜୁସ୍ ଦେ।କାନରେ ଭିଡ ଜମାଉଛନ୍ତି ଲେ।କେ ।

ସେପଟେ ସପ୍ତାହେ ଧରି କାଳବୌଖୀର ସମ୍ଭାବନା ଥିବା ସୂଚନା ଦେଇଛି ପାଣିପାଗ ବିଭାଗ । ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉତ୍ତର ଓ ଉପକୂଳ ଓଡ଼ିଶାରେ ଏହାର ପ୍ରଭାବ ରହିବ । ୧୬, ୧୭, ୧୮ ଏହି ତିନ ଦିନ କାଳବୌଶାଖୀର ଅଧିକ ପ୍ରଭାବ ରହିବ । ଏଥିପାଇଁ ଯାଜପୁର, ବାଲେଶ୍ବର, ବରଗଡ଼, ଦେବଗଡ଼ କନ୍ଧମାଳ ଜିଲ୍ଲାମାନଙ୍କୁ ସତର୍କ କରାଯାଇଛି ।

ସାରା ରାଜ୍ୟରେ ନିଆଁ ବର୍ଷୁଛି । ତେଣୁ ଆବଶ୍ୟକ ନଥିଲେ ଘରୁ ନବାହାରିବା ସହ ସତର୍କ ରହିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.