Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅନୁଗୁଳ ଆଉ ତାଳଚେର ସହର ପାଲଟିଛି ଉତ୍ତପ୍ତ ସହର

28/04/2019 at 2:34 PM

ଅନୁଗୁଳ ୨୮|୪: ଅନୁଗୁଳ ଆଉ ତାଳଚେର ସହର ପାଲଟିଛି ଉତ୍ତପ୍ତ ସହର। ପ୍ରବଳ ଖରାରେ ସିଝୁଛି ସାରା ସହର । ସତେ ଯେପରି ତତଲା କଡେଇରେ ଭାଜି ହେଉଛନ୍ତି ଲୋକ। ପାରଦ ୪୩ ଡିଗ୍ରୀ ଉପରେ ରହିଛି । ଗତକାଲି ତାଳଚେରର ପାରଦ ୪୩.୩ ଡିଗ୍ରୀ ରହିଥିଲା । ଆଜି ଆହୁରି ଅଧିକା ହେବ ବୋଲି ଆଶଙ୍କା କରାଯାଉଛି । ସକାଳ ୯ ଟାରୁ ଘରୁ ବାହାରି ହେଉନାହିଁ। ଏପଟେ ଖରା ସେପଟେ ବିଦ୍ୟୁତ୍ କାଟ୍ ସମସ୍ୟାକୁ ଆହୁରି ଜଟିଳ କରୁଛି। ଗତକାଲି ରାତି ୨ଟାରେ ଲାଇନ ଆସିଲା। ଲୋକେ ଦିନ କି ରାତି ଗରମ ଆଉ ତାତି ଯୋଗୁଁ ଶୋଇ ପାରୁନାହାନ୍ତି। ଅସହ୍ୟ ହୋଇପଡିଛି ତାତି ।

   Related Posts