Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଜେଟ୍ ଅଧିବେଶନ: ଜାନୁଆରୀ ୩୧ରେ ରାଷ୍ଟ୍ରପତିଙ୍କ ଅଭିଭାଷଣ, ଫେବୃଆରୀ ୧ରେ ଉପସ୍ଥାପନ ହେବ ବଜେଟ୍
  • ||
  • IPL 2022: ନିଜ ଟିମ୍‌ର ନାମ ଘୋଷଣା କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି, ରଖିଲା ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ
  • ||
  • ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୩୦୯ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୧୧୫ଜଣ ଡିସଚାର୍ଜ
  • ||
  • ରବିଚନ୍ଦ୍ରନ ଅଶ୍ବିନ ନିରାଶ, ଏହି ଖେଳାଳି ହେଲେ ‘ଟେଷ୍ଟ କ୍ରିକେଟର୍ ଅଫ୍‌ ଦି ଇୟର’
  • ||
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ଶୁକ୍ରବାରରୁ ତାତି କମିବ, ତଥାପି କିଛି ଜାଗାରେ ୪୦ ଡିଗ୍ରୀରେ ରହିବ ପାରଦ, ୩୧ରୁ ୫ ମଧ୍ୟରେ କିଛି ସ୍ଥାନରେ ବର୍ଷା ସମ୍ଭାବନା

28/05/2020 at 6:16 PM

ଭୁବନେଶ୍ୱର, ୨୮|୦୫:  ଶୁକ୍ରବାରଠାରୁ ଆଭ୍ୟନ୍ତରୀଣ ଓଡିଶାରେ ତାପମାତ୍ରା କମିବ । ମିଳିଥିବା ସୂଚନାନୁସାରେ, ଆଭ୍ୟନ୍ତରୀଣ ଓଡିଶାର ଗୋଟିଏ ଓ ଦୁଇଟି ସ୍ଥାନରେ ଶୁକ୍ରବାରରୁ ରବିବାର ମଧ୍ୟରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ ଉପରେ ରହିପାରେ । ସୋମବାରଠାରୁ ଏହା ୩୫ରୁ ୩୭ ଡିଗ୍ରୀକୁ ଖସି ଆସିବାର ସମ୍ଭାବନା ରହିଛି ।  ଏନେଇ ସୋଆ ଡିମଡ୍ ଟୁ ବି ବିଶ୍ୱବିଦ୍ୟାଳୟର ପରିବେଶ ଓ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ସେହିପରି ଉପକୂଳ ଓଡିଶାରେ ଜୁନ୍ ୭ ଯାଏଁ ସର୍ବାଧିକ ତାପମାତ୍ରା  ୩୫ ଡିଗ୍ରୀ ସେଲସିୟସ୍ ମଧ୍ୟରେ ରହିବ ବୋଲି ଅନୁମାନ କରାଯାଉଛି । ଏହି ସମୟ ମଧ୍ୟରେ ଶନିବାର ସୁଦ୍ଧା ବାଲେଶ୍ୱର, ମୟୂରଭଞ୍ଜ, କେଉଁଝର, ଯାଜପୁର, ଭଦ୍ରକ, କନ୍ଧମାଳ, ରାୟଗଡା ଓ କୋରାପୁଟର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କାଳବୈଶାଖୀ ହେବାର ସମ୍ଭବନା ରହିଛି । ଏହାସହ ରାଜ୍ୟର କେତେକ ସ୍ଥାନରେ ମେ ୩୧ରୁ ଜୁନ ୫ ଯାଏଁ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି ।

   Related Posts