ଏଥର ତତଲାଗଡ ଟିଟିଲାଗଡର ତାତି ରେକର୍ଡ ଭାଙ୍ଗିବ, ୪୫ ଛୁଇଁଲାଣି ପାରଦ

Published By : Prameya-News7 Bureau | May 14, 2019 IST

ଟିଟିଲାଗଡ ୧୪|୫: ଟିଟିଲାଗଡ଼ ପାଲଟିଛି ତତଲାଗଡ଼ । ଆକାଶରୁ ବର୍ଷଛି ନିଆଁ ଝୁଲ । ଖରା ଯେମିତି, ଝାଞ୍ଜି ମାଡ଼ ବି ସେମିତି । ପାରଦ  ୪୫ ଡିଗ୍ରୀ ଛୁଇଯାଉଥିବାରୁ ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି ।ତାତିରେ ଜନଜୀବନ ପୁରା ଅସ୍ତବ୍ୟସ୍ତ ।

{"id":111743}

ମୁଣ୍ଡ ଫଟା ଖରା । ମଝିରେ ମଝିରେ ଦେହରେ ବାଜୁଛି ଝାଞ୍ଜି ପବନ  । ଶରୀର ପୋଡ଼ିଗଲା ଭଳି ଲାଗୁଛି । ଦିନ ୧୦ ଟା ବାଜିଲେ ସୂର୍ଯ୍ୟଙ୍କ ତାଉ ଆରମ୍ଭ ହେଇଯାଉଛି ।  ଉପର ମୁହାଁ ପାରଦ ୪୫ ତଳକୁ ଖସୁନି ।

{"id":111745}

ସୂର୍ଯ୍ୟ ଦେବତା ଅଘୋଷିତ କର୍ଫ୍ୟୁ ଲଗାଇଥିବାରୁ ରାସ୍ତା ଘାଟ ଶୂନଶାନ । ନିହାତି ଦରକାର ହେଲେ ଛତା, ଟୋପି, ଓଦା ଗାମୁଛା, କଳା ଚଷମା  ଧରି ବାହାରୁଛନ୍ତି ଲୋକେ । ଅପରାହ୍ନ ୫ଟା ଯାଏଁ ନିସ୍ତାର ନାହିଁ । କୁଲର, ଏ.ସି ନହେଲେ ନଚଳେ ଏଠି ।

{"id":111746}

ରାଜ୍ୟର ସବୁଠୁ ଉତ୍ତର ସହର  ପାଲଟିଛି ଟିଟିଲାଗଡ଼ । ସହର ସ୍ଥିତ ଲଣ୍ଡା ପାହାଡ଼ରୁ ବିକିରଣ ଘଟି ସହରର ତାତି ବଢୁଛି ବୋଲି ଅନେକ କହୁଛନ୍ତି  । ତେବେ ଏହା ଏକ ମାତ୍ର କାରଣ ନୁହେଁ ବୋଲି କହିଛନ୍ତି ପରିବେଶବିତ ।

{"id":111749}

ଜଙ୍ଗଲ ଧ୍ବଂସ, ପାରିପାର୍ଶ୍ବିକ ଅଚଂଳରେ ଜଳସ୍ତର କମିବା ଯୋଗୁଁ ତାତି ବଢୁଛି ବୋଲି ମତ ପ୍ରକାଶ ପାଇଛି ।  ସହରକୁ ସବୁଜ ବଳୟ  ମଧ୍ୟରେ ରଖିପାରିଲେ ହିଁ ଏପରି ଅସ୍ବାଭାବିକ ତାତିରୁ ନିସ୍ତାର ମିଳିବ ବୋଲି କୁହାଯାଉଛି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.