ବଦଳିବ ପାଗ, ବଢିବ ତାପମାତ୍ରା : କଟକ- ଭୁବନେଶ୍ୱରରେ ପାରଦ ୩୫ ଡିଗ୍ରୀ ଉପରେ

Published By : Prameya-News7 Bureau | February 23, 2021 IST

ଭୁବନେଶ୍ୱର,୨୩/୦୨: ରାଜ୍ୟରେ ପାଗ ବଦଳୁଛି । ପାଗ ବଦଳିବା ସହ ରାଜ୍ୟରେ କ୍ରମଶଃ ଦିନ ତାପମାତ୍ରା ବଢ଼ିବା ଆରମ୍ଭ ହୋଇଯାଇଛି। ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା ୩୬.୫ ଡିଗ୍ରୀ ସେଲସିୟସରେ ପହଞ୍ଚିଛି । କଟକରେ ବି ପାରଦ ୩୫ ଡେଇଁଛି । ଉଭୟ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇଛି ।

ପାଣିପାଗ ବିଭାଗର କହିବାନୁସାରେ,  ଏଣିକି ଦିନ ତାପମାତ୍ରା ଅଧିକ ରହିବ । ଆସନ୍ତା ଦୁଇଦିନ ପରେ ରାତି ତାପମାତ୍ରା ୨-୩ ଡିଗ୍ରୀ ବଢ଼ିବ । ବର୍ତ୍ତମାନ ପାଗ ଶୁଖିଲା ଓ ଖରାଟିଆ ରହିବ ।

ସେହିପରି ଆକାଶ ମେଘମୁକ୍ତ ହେବା ପରେରାଜ୍ୟରେ ଖରା ପ୍ରକୋପ ବଢ଼ିଛି । ବିଶେଷକରି ଉପକୂଳ ଓଡ଼ିଶାରେ ଅଚାନକ ଗରମ ଅନୁଭୂତ ହୋଇଛି । ଭୁବନେଶ୍ୱରରେ ଦିନ ତାପମାତ୍ରା ସ୍ୱାଭାବିକଠାରୁ ୪ ଡିଗ୍ରୀ ଅଧିକ ରହିଛି । ତେଣୁ ଅସ୍ୱାଭାବିକ ଗରମ ଅନୁଭୂତ ହୋଇଛି । ଗତବର୍ଷ ଫେବ୍ରୁଆରୀରେ ରାଜଧାନୀ ଦିନ ତାପମାତ୍ରା ୩୫ ଡିଗ୍ରୀ ଅତିକ୍ରମ କରିନଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.