ସାରା ରାଜ୍ୟରେ ଅସମ୍ଭାଳ ତାତି, ଅଧିକାଂଶ ସହରର ତାପମାତ୍ରା ୩୬ଡିଗ୍ରୀ ଉପରେ

Published By : Prameya-News7 Bureau | March 30, 2019 IST

ଭୁବନେଶ୍ବର ୩୦|୩ : ତାତିଲା ସାରା ରାଜ୍ୟ । ୨୪ ଘଣ୍ଟା ମଧ୍ୟରେ ପଶ୍ଚିମ ଓଡ଼ିଶାର ଅଧିକାଂଶ ସହରର ତାପମାତ୍ରା ୩୬ ଡିଗ୍ରି ଟପି ଯାଇଛି। ମାଲକାନଗିରିରେ ସର୍ବୋଚ୍ଚ ତାପମାତ୍ରା ଗତକାଲି ୪୧ ଡିଗ୍ରି ଛୁଇଁଥିବା ବେଳେ ଟିଟିଲାଗଡ଼ ତାପମାତ୍ରା ୪୦ ଡିଗ୍ରି ଥିଲା । ଆଜି ଏବଂ କାଲି ମଧ୍ୟ ଏଭଳି ସ୍ଥିତି ଲାଗି ରହିବ । ପାଗ ମୁଖ୍ୟତଃ ଶୁଖିଲା ରହିବ । ପାରଦ ୨ରୁ ୩ଡିଗ୍ରୀ ଅଧିକ ରହିବ । ଗୋଟିଏ ଦୁଇଟି ସ୍ଥାନରେ ତାପମାତ୍ରା ୪୦ଡିଗ୍ରୀ ଛୁଇଁପାରେ । ସେପଟେ ଛତିଶଗଡ, ଝାରଖଣ୍ଡ ଏବଂ ଆଭ୍ୟନ୍ତରୀଣ ଓଡିଶା ମଧ୍ୟରେ ଘୂର୍ଣିବଳୟ ସୃଷ୍ଟି ହୋଇଥିବା ମୟୁରଭଞ୍ଜ, ବାଲେଶ୍ବର, ଗଜପତି, ରାୟଗଡାରେ ବର୍ଷା ସମ୍ଭାବନା ରହିଛି । ଉତ୍ତର ଓ ଉପକୂଳ ଓଡ଼ିଶାରେ  କାଳବୈଶାଖୀ ପ୍ରଭାବ ରହିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.