ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରକୋପ, ୪୦ ଡିଗ୍ରୀ ଉପରେ ୧୪ ସହର

Published By : Prameya-News7 Bureau | May 24, 2020 IST

ଭୁବନେଶ୍ୱର, ୨୪|୦୫:  ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ ଜାରି ରହିଛି । ରବିବାର ରାଜ୍ୟର ୧୪ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି ।

ପାରଳାଖେମୁଣ୍ଡିର ତାପମାତ୍ରା ୪୨.୨ ଡିଗ୍ରୀ ସେଲସିୟସ ଥିବା ବେଳେ ଭୁବନଶ୍ୱରର୩୪.୭ ଡିଗ୍ରୀ, ଅନୁଗୁଳର ୪୨.୫ ଡିଗ୍ରୀ, ଝାରସୁଗୁଡାର ୪୧.୬ ଡିଗ୍ରୀ, ସମ୍ବଲପୁରର ୪୨.୨ ଡିଗ୍ରୀ ଓ ସୁନ୍ଦରଗଡର ତାପମାତ୍ରା ୪୦ ଡିଗ୍ରୀ ରହିଛି ।

ସେହିପରି ହୀରାକୁଦର ତାପମାତ୍ରା ୪୧.୯ ଡିଗ୍ରୀ ସେଲିସିୟସ ରହିଥିବା ବେଳେ, ତାଳଚେରର ୪୪.୩, ଭବାନୀପାଟଣାର ୪୪ ଡିଗ୍ରୀ ସେଲସିୟସ ରହିଛି । ବଲାଙ୍ଗୀରର ୪୪, ଫୁଲବାଣୀର ୪୧.୮, ଟିଟିଲାଗଡର ତାପମାତ୍ରା ୪୫.୮ ଡିଗ୍ରୀ ରହିଛି ।

ଏତତ୍ ବ୍ୟତୀତ ମାଲକାନଗିରିର ତାପମାତ୍ରା ୪୩.୧ ଡିଗ୍ରୀ ସେଲସିୟସ ରହିଥିବା ବେଳେ ସୋନପୁରର ୪୩ ଓ ବୌଦ୍ଧର ୪୧.୮ ଡିଗ୍ରୀ ସେଲସିୟସ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.