ଖରାରେ କରୋନା : ଖରା ବଢ଼ିଲେ କ’ଣ କମିଯିବ କରୋନା ଭାଇରସ୍ !

Published By : Prameya-News7 Bureau | April 06, 2020 IST

ନୂଆଦିଲ୍ଲୀ ୫/୪: କରୋନା ଭାଇରସ୍ ଗତ ୩ମାସ ମଧ୍ୟରେ ବିଶ୍ବରେ ଆତଙ୍କ ସୃଷ୍ଟି କରିଛି। ଚୀନର ଉହାନରୁ ଆରମ୍ଭ ହୋଇଥିବା ଏହି ଭାଇରସ୍ ଏବେ ସୁଦ୍ଧା ପାଖାପାଖି ୧୩ଲକ୍ଷ ଲୋକଙ୍କୁ ସଂକ୍ରମିତ କରି ସାରିଛି ଏବଂ ୭୦ହଜାର ଲୋକଙ୍କ ଜୀବନ ନେଇ ସାରିଛି। ଆରମ୍ଭରୁ ଏହା ବିଷୟରେ କୁହାଯାଉଥିଲା ଯେ ଏହି ଭାଇରସ୍ ପରିବେଶର ତାପମାତ୍ରା ବଢ଼ିଲେ ନଷ୍ଟ ହୋଇଯିବ।

ଆରମ୍ଭରୁ ଯେତେବେଳେ କରୋନା ଭାଇରସ୍ ବ୍ୟାପିବା ବିଷୟରେ ସୂଚନା ମିଳିଥିଲା,ସେତେବେଳେ କୁହାଯାଇଥିଲା ଯେ ଏହା ଅଧିକ ତାପମାତ୍ରାରେ ସହଜରେ ବ୍ୟାପିନଥାଏ ବରଂ କମ୍ ତାପମାତ୍ରାରେ ଏବଂ ଥଣ୍ଡା ଜିନିଷରେ ଏହା ବ୍ୟାପିବାର ସମ୍ଭାବନା ଅଧିକ ହୋଇଥାଏ। ଲୋକଙ୍କୁ ଫ୍ରିଜଠୁ ଦୂରରେ ରହିବା ଏବଂ ଗରମ ପାଣି ପିଇବାକୁ ପରାମର୍ଶ ଦିଆଯାଉଥିଲା।

ଏହି ଭାଇରସ୍ ପଛରେ କରୋନା ଭାଇରସର ଲକ୍ଷଣ ଦାୟୀ। ଏହାର ଲକ୍ଷଣ ଫ୍ଲୁ ରୋଗ ଭଳି,ଯାହା ଥଣ୍ଡା ଦିନରେ ବେଶୀ ହୋଇଥାଏ ଏବଂ ଗ୍ରୀଷ୍ମଦିନେ ଦୁର୍ବଳ ହୋଇଯାଇଥାଏ।

ଗ୍ରୀଷ୍ମତାପରେ କରୋନାରୁ ମୁକ୍ତି ମିଳିବ କି ନାହିଁ ଏହା ଦାବି କରିବା ଯଥାର୍ଥ ନୁହେଁ,କିନ୍ତୁ ଆମକୁ ସାବଧାନତା ଅବଲମ୍ବନ କରିବାକୁ ହେବ। ଏତିକି କୁହାଯାଇପାରିବ ଯେ ଆଗକୁ ପରିସ୍ଥିତି ଭଲ ହେବାର ଆଶା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.