ରାଜ୍ୟରେ ଖସୁଛି ପାରଦ, ବଢୁଛି ଶୀତ : ୧୦ଡିଗ୍ରୀ ତଳେ ୬ଟି ସହରର ତାପମାତ୍ରା

Published By : Prameya-News7 Bureau | December 21, 2019 IST

ଭୁବନେଶ୍ବର ୨୧।୧: କମ୍ ସେ କମ୍ ଦୁଇ ଦିନ ଯାଏଁ ଶୀତରୁ ନିସ୍ତାର ନାହିଁ । ଆଜି ଏବଂ ଆସନ୍ତାକାଲି ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଥଣ୍ଡା ଅନୁଭୂତ ହେବା ସହ ତାପମାତ୍ରା ୨ରୁ ୪ ଡିଗ୍ରୀ କମିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏପରିକି କିଛି ସ୍ଥାନରେ ପାରଦ ୫ ଡିଗ୍ରି ତଳକୁ ଖସିବାର ମଧ୍ୟ ସମ୍ଭାବନା ରହିଛି । ୧୦ଡିଗ୍ରୀ ତଳେ ୬ଟି ସହରର ତାପମାତ୍ରା ରହିଛି ।

{"id":200061,"sizeSlug":"large"}

ଆଜି ବାଲେଶ୍ବର ଓ ଅନୁଗୋଳରେ ପ୍ରବଳ ଥଣ୍ଡା ଅନୁଭୂତ ହେବ । ସେହିପରି ଆସନ୍ତାକାଲି ଏହି ଦୁଇଟି ଜିଲ୍ଲା ସହ କଟକ, ନୟାଗଡ଼, ଭଦ୍ରକ, ଢେଙ୍କାନାଳ ଓ ମୟୂରଭଞ୍ଜରେ ଥଣ୍ଡାରେ ପ୍ରକୋପ ବୃଦ୍ଧି ପାଇବ । ଏହାକୁ ଦୃଷ୍ଟିରେ ରଖି ଏହି ସାତଟି ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କତା ଜାରି କରାଯାଇଛି । ୨୫ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର ଓଡ଼ିଶାରେ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ରହିଛି । ୨୬ ତାରିଖ ସୁଦ୍ଧା ଉପକୂଳ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରୀ ବୃଦ୍ଧି ହେବାର ଅନୁମାନ କରିଛି ପାଣିପାଗ କେନ୍ଦ୍ର ।

{"id":200475,"sizeSlug":"large"}

୨୬ରେ ଉତ୍ତର ଓଡ଼ିଶା ଓ ୨୭ରେ ରାଜଧାନୀ ଭୁବନେଶ୍ବର ସହ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି । ଫଳରେ ତାପମାତ୍ରା ପୁଣି ଥରେ ହ୍ରାସ ହୋଇପାରେ । ଉତ୍ତର ଓଡ଼ିଶାରେ ଘନ କୁହୁଡ଼ି ହେବାର ମଧ୍ୟ ସମ୍ଭାବନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.