ଯାଉଛି ଶୀତ, ବଢ଼ୁଛି ତାତି : ରାଜ୍ୟର ଅନେକ ସ୍ଥାନରେ ୩୦ ଡିଗ୍ରୀ ଟପିଲାଣି ଦିନର ତାପମାତ୍ରା

Published By : Prameya-News7 Bureau | February 17, 2020 IST

ଭୁବନେଶ୍ବର ୧୭/୨: ଯାଉଛି ଶୀତ, ବଢ଼ୁଛି ତାତି । ରାଜ୍ୟର ଅଧିକାଂଶ ସହରରେ ଦିନର ତାପମାତ୍ରା ୩୦ ଡିଗ୍ରି ଟପିଗଲାଣି। ଏପରିକି ମାଲକାନଗିରି ଓ ପାରଳାଖେମୁଣ୍ଡି ସହରରେ ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରି ଉପରକୁ ଚାଲିଯାଇଥିବା ବେଳେ ଟିଟିଲାଗଡ଼ ତାପମାତ୍ରା ୩୪ ଡିଗ୍ରି ପାର୍  ହୋଇଛି। ଏଣିକି ପ୍ରତିଦିନ ତାପମାତ୍ରା ୧ରୁ ୨ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ।

ଉପକୂଳ ଓଡ଼ିଶାରେ କୁହୁଡ଼ି ପରିମାଣ ଅଧିକ ରହିବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ରାଜ୍ୟକୁ ବହୁଥିବା ଉତ୍ତରା ପଶ୍ଚିମା ଥଣ୍ଡା ପବନ ୧୮ ତାରିଖ ଯାଏ ଜାରି ରହିବ। ଏହା ପରେ ପାଗରେ ପରିବର୍ତନ ଆସିବ ଓ ପବନର ଦିଗ ବଦଳିବ। ଅଧିକାଂଶ ସ୍ଥାନରେ ଦକ୍ଷିଣ ଓ କିଛି ସ୍ଥାନରେ ଦକ୍ଷିଣପୂର୍ବ ପବନ ପ୍ରବାହିତ ହେବ। ତେଣୁ ଦିନର ତାପମାତ୍ରା ବଢ଼ିବ। ୧୯ ଓ ୨୦ ତାରିଖ ଭିତରେ ୨ ଡିଗ୍ରି ବଢ଼ିପାରେ। ୧୮ ତାରିଖ ପରେ ସର୍ବନିମ୍ନ ତାପମାତ୍ରା ମଧ୍ୟ ଲଗାତାର ବୃଦ୍ଧି ପାଇବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.