ପୁଣି ଜଣେ ଟିଭି ଅଭିନେତ୍ରୀଙ୍କ ଆତ୍ମହତ୍ୟା : ବଏଫ୍ରେଣ୍ଡ ବିରୋଧରେ ଉତ୍ପୀଡ଼ନ ଅଭିଯୋଗ ଆଣିଲା ପରିବାର

Published By : Prameya-News7 Bureau | September 09, 2020 IST

ଚେନ୍ନାଇ ୦୯/୦୯ : ଦକ୍ଷିଣ ଭାରତୀୟ ଅଭିନେତା ଜୟ ପ୍ରକାଶ ରେଡ୍ଡୀଙ୍କ ମୃତ୍ୟୁକୁ ନେଇ ତାଙ୍କ ପ୍ରଶଂସକ ଶୋକରେ ଥିବାବେଳେ ପୁଣି ଏକ ଦୁଖଦ ଖବର ଆସିଛି | ଟିଭି ଜଗତର ଆଉ ଜଣେ ଅଭିନେତ୍ରୀ ସବୁଦିନ ପାଇଁ ଦୁନିଆକୁ ଅଲବିଦା କରିଛନ୍ତି | ତେଲୁଗୁ ଟିଭି ଅଭିନେତ୍ରୀ ଶ୍ରାବଣୀ କୋଣ୍ଡାପଲ୍ଲୀ ମଙ୍ଗଳବାର ରାତିରେ ଆତ୍ମହତ୍ୟା କରିଛନ୍ତି | ଶ୍ରାବଣୀଙ୍କ ନିଧନରେ ପ୍ରଶଂସକ, ପରିବାର ଓ ଟିଭି ଜଗତରେ ଶୋକର ଲହରୀ ଖେଳିଯାଇଛି | ଆତ୍ମହତ୍ୟା ପୂର୍ବରୁ ଶ୍ରାବଣୀ ମାନସୁ ମମତା ସିରିଏଲରେ ନଜର ଆସୁଥିଲେ |

ମିଡ଼ିଆ ରିପୋର୍ଟ ଅନୁଯାୟୀ, ଶ୍ରାବଣୀଙ୍କ ଶବ ହାଇଦ୍ରାବାଦ ମଧୁରନଗରରେ ତାଙ୍କ ଘର ବାଥରୁମ ଛାତରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର ହୋଇଥିଲା | ପୋଲିସ ପୁରା ମାମଲାର ତଦନ୍ତ ଆରମ୍ଭ କରିଛି | ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି | ଅପରପକ୍ଷରେ ଶ୍ରାବଣୀଙ୍କ ପରିବାର ତାଙ୍କ ବଏଫ୍ରେଣ୍ଡ ଦେବରାଜ ରେଡ୍ଡୀଙ୍କ ବିରୋଧରେ ଉତ୍ପୀଡ଼ନ ଅଭିଯୋଗ କରିଛି | ଟାଇମ୍ସ ଅଫ ଇଣ୍ଡିଆ ଖବର ଅନୁଯାୟୀ, ବଏଫ୍ରେଣ୍ଡଙ୍କ ଉତ୍ପୀଡ଼ନ ଯୋଗୁଁ ଶ୍ରାବଣୀ ଆତ୍ମହତ୍ୟା କରିଛନ୍ତି | ଏନେଇ ଶ୍ରାବଣୀଙ୍କ ପରିବାର ଥାନାରେ ମାମଲା ରୁଜ୍ଜୁ କରିଛନ୍ତି | ସୂଚନାଯୋଗ୍ୟ ଯେ, ମଙ୍ଗଳବାର ରାତି ପ୍ରାୟ ୧୦ଟା ସମୟରେ ଆତ୍ମହତ୍ୟା କରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.