Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପୋଲିସ SIଙ୍କୁ ତେଲୁଗୁ ସୁପରଷ୍ଟାର ଚିରଞ୍ଜୀବିଙ୍କ ପ୍ରଶଂସା

11/05/2020 at 1:22 PM

ମାଲକାନଗିରି ୧୧।୦୫: ମାଲକାନଗିରିର ମହିଳା ସବ୍ ଇନେସପେକ୍ଟର କରୋନା ଯୋଦ୍ଧା ଶୁଭଶ୍ରୀ ଭବାନି ନାୟକଙ୍କୁ ମାତୃତ୍ବ ଦିବସ ଅବସରରେ ପ୍ରଶଂସା କରିଛନ୍ତି ତେଲୁଗୁ ସୁପରଷ୍ଟାର ଚିରଞ୍ଜିବୀ । କରୋନା ଭଳି ମହାମାରୀ ସମୟରେ ନିଜର ଡ୍ୟୁଟି କରିବା ସହ ଗରିବ ଓ ଅସହାୟ ଆଦିବାସୀ ଲୋକଙ୍କୁ ନିଜ ହାତରେ ଖୁଆଇ ମାନବିକତାର ପରିଚୟ ଦେଇଛନ୍ତି ମାଲକାନଗିରି ଜିଲ୍ଲାର ମହିଳା ସବ୍ ଇନେସପେକ୍ଟର ଶୁଭଶ୍ରୀ ।

ଶୁଭଶ୍ରୀଙ୍କ ଡ୍ୟୁଟି ପଦ୍ମଗିରି ରାସ୍ତାରେ ପଡିଥିବା ବେଳେ ସେଠାରେ ଜଣେ ଗରିବ ଆଦିବାସୀ ମହିଳା ଭୋକକେ ଛଟ ପଟ ହେଉଥିବା ଦେଖିଥିଲେ । ଏହା ପରେ ନିଜ ପାଇଁ ଆଣିଥିବା ଖାଦ୍ୟକୁ ଇନେସପେକ୍ଟର ଶୁଭଶ୍ରୀ ତାଙ୍କୁ ନିଜ ହାତରେ ଖୁଆଇ ଦେଇଥିଲେ ।ଏହି ଭିଡିଓ ଭାଇରାଲ ହୋଇଥିଲା । ମାତୃତ୍ବ ଦିବସ ଅବସରରେ ଶୁଭଶ୍ରୀଙ୍କୁ ପ୍ରଶଂସା କରି ଏକ ଭିଡିଓ ସେୟାର କରିଛନ୍ତି ଚିରଞ୍ଜିବୀ ।

   Related Posts