ଆରଏକ୍ସ-୧୦୦ ଫିଲ୍ମର ସେକ୍ସି ଅଭିନେତ୍ରୀଙ୍କ ବିବାଦୀୟ ମନ୍ତବ୍ୟ, ପଡିପାରନ୍ତି ଅସୁବିଧାରେ
30/03/2019 at 2:45 PM

ମୁମ୍ୱାଇ୩୦|୩: ବଲିଉଡ ସୁପରଷ୍ଟାର ସୁନୀଲ ସେଟ୍ଟୀଙ୍କ ପୁଅ ଅହାନ ସେଟ୍ଟୀ “ଆରଏକ୍ସ ୧୦୦”ରୁ ନିଜ ଫିଲ୍ମି କ୍ୟାରିଅର ଆରମ୍ଭ କରିବାକୁ ଯାଉଛନ୍ତି। ତେଲୁଗୁ ଚଳଚ୍ଚିତ୍ର “ଆରଏକ୍ସ ୧୦୦” ର ରିମେକ ବଲିଉଡରେ ହେବାକୁ ଯାଉଛି।

ବଲିଉଡ “ଆରଏକ୍ସ ୧୦୦” ସିନେମାରେ ଅହାନ ସେଟ୍ଟୀଙ୍କ ବିପକ୍ଷରେ ଅଭିନେତ୍ରୀ ତାରା ସୁତରିୟା ମୁଖ୍ୟ ଭୂମିକାରେ ଅଭିନୟ କରିବେ। ଅହାନ ସେଟ୍ଟୀ ଏହି ସିନେମା ପାଇଁ ଗୋଟେ ବର୍ଷରୁ ଟ୍ରେନିଂ ନେଉଛନ୍ତି। ସୁନୀଲ ସେଟ୍ଟୀଙ୍କ ଝିଅ ଆଥିଆ ସେଟ୍ଟୀ ହୀରୋ ଚଳଚ୍ଚିତ୍ର ମାଦ୍ୟମରେ ବଲିଉଡରେ ପାଦ ରଖିସାରିଛନ୍ତି।

ତେଲୁଗୁ “ଆରଏକ୍ସ ୧୦୦” ସିନେମାରେ ପାୟଲ ରାଜପୁତ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ପାୟଲ ପଂଜାବୀ ଓ ତେଲେଗୁ ସିନେମାରେ ଅଭିନୟ କରନ୍ତି। ପାୟଲ ନିଜ ବୋଲ୍ଡନେସ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ୨୦୧୭ ମସିହାରେ ସେ ପଂଜାବୀ ଫିଲ୍ମରେ ଅଭିନୟ କରି ସିନେମା ଜଗତରେ ପାଦ ଦେଇଥିଲେ।

ତେବେ ଅଭିନେତ୍ରୀ ପାୟଲ ରାଜପୁତ ବଲିଉଡ ରିମେକ୍କୁ ନେଇ କିଛି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଏହି ମନ୍ତବ୍ୟରୁ ଦୁଇ ଅଭିନେତ୍ରୀଙ୍କ ମଧ୍ୟରେ ମନ୍ତାତର ସୃଷ୍ଟି ହୋଇପାରେ। ପାୟଲ ରାଜପୁତ କହିଛନ୍ତି ଯେ, ସାଜିଦ୍ ନାଡିୟାଡବାଲା ତେଲୁଗୁ “ଆରଏକ୍ସ ୧୦୦”ର ରିମେକ୍ ବଲିଉଡରେ କରୁଛନ୍ତି, ତେଣୁ ସେ ବହୁତ ଖୁସି। ତାରା ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିବା ନେଇ ମଧ୍ୟ ପାୟଲ ତାଙ୍କ ଖୁସି ପ୍ରକାଶ କରିଥିଲେ।

କିନ୍ତୁ ପାୟଲଙ୍କଠୁ ଏହି ସିନେମାରେ କେହି ଭଲ ଅଭିନୟ କରିପାରିବେନି ବୋଲି ସେ ନିଜେ କହିଥିଲେ। ପାୟଲ ନିଜର ପ୍ରଶଂସା କରିଥିବାରୁ ସେ ଏବେ ବେଶ ଚର୍ଚ୍ଚାରେ ଅଛନ୍ତି। ମିଲନ ଲୁଥରିଆ ଏହି ଫିଲ୍ମର ପ୍ରଯୋଜକ। ବଲିଉଡର “ଆରଏକ୍ସ ୧୦୦” ଆଗାମୀ ବର୍ଷ ମୁକ୍ତିଲାଭ କରିବ। ଏହି ଚଳଚ୍ଚିତ୍ରର ଶୁଟିଂ ମୁମ୍ବାଇ, କୁଲ୍ଲୁ, ମନାଲୀ, ଲଂଡନ ଓ ସିଂଗାପୁରରେ ହେବ। ତେବେ ପାୟଲଙ୍କ ଏହି ବୟାନ ଏବେ ତାଙ୍କ ପାଇଁ ଅସଂଖ୍ୟ ବିବାଦ ସୃଷ୍ଟି କରିବାକୁ ଯାଉଚି । ଇଣ୍ଡଷ୍ଟ୍ରୀରେ ସେ ପ୍ରଚଣ୍ଡ ବିରୋଧର ସମ୍ମୁକୀନ ହେବା ଆଶଂକା ରହିଛି ।