Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବାଳିଆ ଦ୍ଵାର ଦେଶରେ ଥିବା ଶ୍ରୀଲଙ୍କା ପାଇଁ ଅକ୍ସିଜେନ ପାଲଟିଲା ଭାରତ, ଦେଲା ଏତେ କୋଟି ସହାୟତା
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟି, ନରସିଂହ ଅଧ୍ୟକ୍ଷ
  • ||
  • ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୮୭୭୨ ଜଣ ପ୍ରାର୍ଥୀ
  • ||
  • ପୁଣି ନିରାଶ ହେଲେ ସୁମିତ୍, ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ
  • ||
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||

ଲୋକପ୍ରିୟ ହାସ୍ୟ ଅଭିନେତା ବେଣୁ ମାଧବଙ୍କ ୩୯ବର୍ଷ ବୟସରେ ଦେହାନ୍ତ

25/09/2019 at 2:49 PM

ହାଇଦ୍ରାବାଦ ୨୫/୯: ଦକ୍ଷିଣ ଭାରତୀୟ ଫିଲ୍ମର ପ୍ରସିଦ୍ଧ ହାସ୍ୟ ଅଭିନେତା ବେଣୁ ମାଧବଙ୍କ ପରଲୋକ ଘଟିଛି।ସେ ଆଜି ଦ୍ବିପ୍ରହର ୧୨ଟାରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ତାଙ୍କ ପରିବାରଲୋକ ଏବଂ ଡାକ୍ତରମାନେ ଏହି ବିଷୟରେ ସୂଚନା ଦେଇଛନ୍ତି। ସୋଶିଆଲ ମିଡିଆରେ ତାଙ୍କ ଫ୍ୟାନମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛନ୍ତି।

ସୂଚନା ଅନୁଯାୟୀ ବେଣୁଙ୍କୁ ସିକନ୍ଦରାବାଦର ଏକ ଘରୋଇ ହସ୍ପିଟାଲରେ ଭେଣ୍ଟିଲେଟରରେ ରଖାଯାଇଥିଲା। ଡାକ୍ତରମାନେ ପ୍ରାଣପଣେ ଉଦ୍ୟମ କରିବା ସତ୍ବେ ବେଣୁଙ୍କୁ କେହି ବଞ୍ଚାଇପାରିନଥିଲେ। ସେ ଦୀର୍ଘ ଦିନରୁ ଲିଭର ଏବଂ କିଡନି ସମସ୍ୟାରେ ପୀଡ଼ିତ ଥିଲେ।ତାଙ୍କୁ ମୃତ୍ୟୁ ବେଳକୁ ମାତ୍ର ୩୯ବର୍ଷ ବୟସ ହୋଇଥିଲା।

ସେପ୍ଟେମ୍ବର ୧୭ତାରିଖରେ ତାଙ୍କ ଶରୀର ଅସୁସ୍ଥ ହୋଇଯିବାରୁ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା। ଏହାପରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା। ଏହା ପରେ ଗତକାଲି ତାଙ୍କ ଶରୀର ହଠାତ୍ ଅଧିକ ଅସୁସ୍ଥ ହେବାରୁ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା। ଡାକ୍ତରମାନେ ଲିଭର ଟ୍ରାନ୍ସପ୍ଲାଣ୍ଟ କହିବା ପରେ ଏହି ଦୁଃଖଦ ଘଟଣା ଘଟିଛି।

ବେଣୁ ମାଧବଙ୍କୁ ଶେଷ ଥର ଫିଲ୍ମ ‘ଡଃ ପରମାନନ୍ଦାଇୟା ଷ୍ଟୁଡେଣ୍ଟସ୍’ରେ ଦେଖାଯାଇଥିଲା। ତେଲୁଗୁ ସିନେମାର ଲୋକପ୍ରିୟ ହାସ୍ୟ ଅଭିନେତା ଭାବେ ସେ ସମସ୍ତଙ୍କ ହୃଦୟ ଜିତି ପାରିଥିଲେ। ତାଙ୍କର ଦୁଇଟି ସନ୍ତାନ ଅଛନ୍ତି। ସେ ‘ହଙ୍ଗାମା’,‘ଆର୍ଯ୍ୟା’ ଏବଂ ‘ଦିଲ’ ଭଳି ଫିଲ୍ମରେ କାମ କରିଛନ୍ତି।

   Related Posts