ବଲିଉଡ ଅଭିନେତାଙ୍କର ସନ୍ଦେହ ଜନକ ମୃତ୍ୟୁ, ସମଗ୍ର ଇଣ୍ଡଷ୍ଟ୍ରିରେ ଦୁଃଖର ଛାୟା
3/10/2019 at 4:48 PM

ମୁମ୍ବାଇ୩|୧୦: ଅଭିନେତା ଅମିତ ପୁରୋହିତଙ୍କ ମୃତ୍ୟୁ ଖବର ତାଙ୍କ ବନ୍ଧୁ ନିଜେ ସୋସିଆଲ ମିଡିଆରେ ଦେଇଛନ୍ତି। ମୃତ୍ୟୁର କିଛି ସମୟ ପୂର୍ବରୁ ଅମିତ ପୁରୋହିତ ନିଜ ଫିଟନେସ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥିଲେ । ଯାହା ଭାଇରାଲ ହୋଇଥିଲା। ସୂଚନାଯୋଗ୍ୟ ଯେ, ଅମିତଙ୍କ ମୃତ୍ୟୁ ଖବର ମହେଶ ବାବୁଙ୍କ ଭାଇ ସୁଧୀର ବାବୁ ସୋସିଆଲ ମିଡିଆ ମାଧ୍ୟମରେ ଜଣାଇଥିଲେ।

ଅମିତ ପୁରୋହିତ ସମ୍ପୂର୍ଣ୍ଣ ଭାବେ ଠିକ୍ ଥିଲେ। ତାଙ୍କ ମୃତ୍ୟୁର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ। ଏହି ସନ୍ଦେହଜନକ ମୃତ୍ୟୁ ଖବର ଅନେକ ଲୋକଙ୍କୁ ଆଚମ୍ବିତ କରିଛି। ହେଲେ କିଛି ଜଣଙ୍କ କହିବା ଅନୁସାରେ ତାଙ୍କ ମୃତ୍ୟୁ ହୃଦଘାତ ଯୋଗୁଁ ହୋଇଛି।

ଅମିତ ପୁରୋହିତଙ୍କ ଅନ୍ତିମ ସଂସ୍କାର ହୋଇସାରିଛି। ଉଭୟ ବଲିଉଡ ଓ ସାଉଥ ଇଣ୍ଡଷ୍ଟ୍ରିରେ ଖୁବ ଜଣାଶୁଣା ଥିଲେ ଅମିତ। ଏତେ କମ ବୟସରେ ଅମିତଙ୍କର ମୃତ୍ୟୁ ହୋଇଥିବାରୁ ଘର ଲୋକଙ୍କ ସ୍ଥିତି ଅସମ୍ଭାଳ ଅଛି।